ଓଡିଶା

odisha

ETV Bharat / state

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ - ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି

ଝାରସୁଗୁଡା ରେଲୱେ ପୋଲିସ ସୋମବାର ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣଙ୍କୁ ଗିରଫ କରି ଝାରସୁଗୁଡା ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ..

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ
ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ

By

Published : Feb 11, 2020, 3:24 AM IST

ଭଦ୍ରକ: ଝାରସୁଗୁଡା ରେଲୱେ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଧାମନଗରରୁ ଗିରଫ ହେଲେ ଦୁଇ ଯୁବକ ।

ଝାରସୁଗୁଡା ରେଲୱେ ପୋଲିସ ସୋମବାର ଧାମନଗର ପୋଲିସ ସହାୟତାରେ ଧାମନଗର ଖାନକା ପରିସରରୁ ଦୁଇ ଜଣଙ୍କୁ ଗିରଫ କରି ଝାରସୁଗୁଡା ନେଇ ଅଧିକ ପଚରା ଉଚୁରା କରୁଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ଝାରସୁଗୁଡା ଆରପିଏଫ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଫୋନ ଟ୍ରାକିଂ ମାଧ୍ୟମରେ ସୂଚନା ମିଳିଥିଲା ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଅଛନ୍ତି ।

ଚଳନ୍ତା ଟ୍ରେନରୁ 300 ବସ୍ତା ଚାଉଳ ଚୋରି ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ଗତ ଏକ ମାସ ତଳେ ଟ୍ରେନରୁ 300 ବସ୍ତା ଚାଉଳ ଚୋରି କରିବା ଘଟଣା ଝାରସୁଗୁଡ଼ା ରେଲୱେ କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଥିଲେ ଅଭିଯୁକ୍ତ । ଏହି ଘଟଣାର ପୂର୍ବରୁ ଆରପିଏଫର କିଛି କର୍ମଚାରୀ ମଧ୍ୟ ନିଲମ୍ବିତ ହୋଇଥିବା ଜଣାପଡିଛି। । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details