ଓଡିଶା

odisha

ETV Bharat / state

ସରକାରୀ କାଠ ଗୋଲାରେ ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ - ଭଦ୍ରକ ବନ ଖଣ୍ଡ ରେଞ୍ଜର

ଭଦ୍ରକ ଜିଲ୍ଲାରେ ଥିବା ଲକ୍ଷ୍ମୀନାରାୟଣ ନାମକ ଏକ ସରକାରୀ କାଠ ଗୋଲାରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଯେଉଁଠୁ ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ ହୋଇଛି।

ଚାନ୍ଦବାଲି ବନଖଣ୍ଡ ରେଞ୍ଜର
ସରକାରୀ କାଠ ଗୋଲାରେ ଚଢାଉ; ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ

By

Published : Dec 9, 2019, 8:52 PM IST

ଭଦ୍ରକ: ଜିଲ୍ଲା ବନ ବିଭାଗ ଏସିଏଫଓଙ୍କ ନେତୃତ୍ବରେ ଯାଞ୍ଚକାରୀ ଦଳ ଭଦ୍ରକ ସହରରେ ଥିବା ଲକ୍ଷ୍ମୀନାରାୟଣ ନାମକ ଏକ ସରକାରୀ କାଠ ଗୋଲାରେ ଚଢାଉ କରିଛି। ଯେଉଁଠୁ ଲକ୍ଷାଧିକ ଟଙ୍କାର ବେଆଇନ କାଠ ଓ ପଟା ଜବତ ହୋଇଛି। ଏହି ଯାଞ୍ଚକାରୀ ଦଳରେ ଏସିଏଫଓଙ୍କ ସହ ଭଦ୍ରକ ଓ ଚାନ୍ଦବାଲି ବନଖଣ୍ଡ ରେଞ୍ଜରଙ୍କ ସହ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ। କୌଣସି ପ୍ରକାର ହିଂସାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚକାରୀ ଦଳକୁ ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ପ୍ରଦାନ କରାଯାଇଥିଲା। ସହରରେ ଥିବା ପ୍ରାୟ 20ଟି କାଠ ଡିପୋରେ ଏହି ଯାଞ୍ଚ କରାଯିବାର ଅଛି। ହେଲେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସରକାରୀ କାଠ ଗୋଲାରେ ଚଢାଉ; ଲକ୍ଷାଧିକ ଟଙ୍କାର ବେଆଇନ କାଠ ଜବତ


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details