ଓଡିଶା

odisha

ETV Bharat / state

ଅବହେଳିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ, ମୋତିଆବିନ୍ଦୁ ଅସ୍ତ୍ରାେପଚାର ବନ୍ଦ - ମୋତିଆବିନ୍ଦୁ ଅସ୍ତ୍ରାେପଚାର

ଫେଲ ମାରିଛି ସରକାରଙ୍କ ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା । ଆବଶ୍ୟକ ଲୋକଙ୍କୁ ମିଳୁନି ସେବା । ଆଖି ଭଳି ଏକ ଅମୂଲ୍ୟ ଅଙ୍ଗ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଥିବା ବିମୁଖତାର ପ୍ରମାଣ ଦିଏ ଭଦ୍ରକ ଜିଲ୍ଲାର ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Aug 23, 2019, 4:49 PM IST

Updated : Aug 23, 2019, 11:14 PM IST

ଭଦ୍ରକ: ଦେଖନ୍ତୁ ଏ ଦୃଶ୍ୟ.... ବିପର୍ଯ୍ୟସ୍ତ ସ୍ଥିତିରେ ଭଦ୍ରକ ଜିଲ୍ଲାର ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ । ଅନେକ ମହତ ଲୋକଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ଏହି ଚିକିତ୍ସାଳୟ ଏବେ ନିଜ ଲକ୍ଷ୍ୟ ଠାରୁ ବହୁ ଦୂରରେ । ଏଠାରେ ଆବଶ୍ୟକ ମୁତାବକ ନା ଅଛନ୍ତି ଡାକ୍ତର ନା ଅଛି ଅସ୍ତ୍ରୋପଚାର ସାମଗ୍ରୀ । ରକ୍ଷଣାବେକ୍ଷଣା ଅବହେଳାରୁ କାନ୍ଥ ଓ ଛାତ ଫାଟି ସବୁ ଆଁ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

7ଟି ବ୍ଲକର ପ୍ରାୟ 15 ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରୁଥିବା ଏହି ଚକ୍ଷୁ ଚିକିତ୍ସାଳୟ ପ୍ରତି ଜିଲ୍ଲାପ୍ରଶାସନର ବିମୁଖତାକୁ ନେଇ ବାରମ୍ବାର ଅଭିଯୋଗ ହୋଇଛି । ଡାକ୍ତରଖାନାରେ ତିନୋଟି ଡାକ୍ତରଙ୍କ ବଦଳରେ ମାତ୍ର ଜଣେ ଡାକ୍ତର ଅଛନ୍ତି । ସେ ପୁଣି ନିୟମିତ ଡାକ୍ତର ନୁହନ୍ତି । ଯଦ୍ବାରା ଦୀର୍ଘ ଦିନ ଧରି ମୋତିଆବିନ୍ଦୁ ପରି ସାମାନ୍ୟ ଅସ୍ତ୍ରୋପଚାର ମଧ୍ୟ ବନ୍ଦ ହୋଇ ରହିଛି ।

ଚକ୍ଷୁ ପରି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦାସିନତାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି କହିଛନ୍ତି ।

ସେପଟେ ଭଦ୍ରକ ଜିଲ୍ଲା ଚିକିତ୍ସାଧିକାରୀ ଚିକିତ୍ସାଳୟର ଅଚଳାବସ୍ଥାକୁ ଖୋଦ୍‌ ସ୍ବୀକାର କରିଛନ୍ତି । ଚିକିତ୍ସାଳୟର ଏହି ଅଚଳାବସ୍ଥା ସମ୍ପର୍କରେ ସେ ପୂର୍ବରୁ ଭଦ୍ରକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି । ଖୁବ ଶୀଘ୍ର ଏହି ସବୁ ସମସ୍ୟାର ସମାଧାନ ହେବ ବୋଲି ବିଧାୟକ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜିଲ୍ଲା ଚିକିତ୍ସାଧୀକାରୀ ନିଜ ସଫେଇ ଦେଇଛନ୍ତି ।

ଗରିବଙ୍କ ପାଇଁ ପ୍ରତିଷ୍ଠିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ପୁଣି କେବେ ଲୋକଙ୍କୁ ବିପଦମୁକ୍ତ ଓ ଉପଯୁକ୍ତ ଚିକିତ୍ସା ଯୋଗାଉଛି ତାହା ସମୟ କହିବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 23, 2019, 11:14 PM IST

ABOUT THE AUTHOR

...view details