ଓଡିଶା

odisha

By

Published : Nov 30, 2022, 1:15 PM IST

ETV Bharat / state

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ରାଜନୈତିକ ଚାପରେ ପୌରାଧ୍ୟକ୍ଷଙ୍କୁ ସାହାଯ୍ୟ କରୁନାହାନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ । ଏଭଳି ଅଭିଯୋଗ ଆଣି ତାଙ୍କର ବଦଳି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ସହରବାସୀ । ଅଧିକ ପଢ଼ନ୍ତୁ

public handed over demand letter to collector in bhadrak
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଘେରାଉ

ଭଦ୍ରକ:ପୌର ପରିଷଦ ଗଠନକୁ 8 ମାସ ବିତି ଯାଇଥିଲେ ମଧ୍ୟ ପୌର କାର୍ଯ୍ୟନିବାହୀ ଅଧିକାରୀ ରାଜନୈତିକ ଚାପରେ ରହି ପୌରାଧ୍ୟକ୍ଷାଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ଯାହା ଫଳରେ ପୌରାଞ୍ଚଳରେ ବିକାଶ କାର୍ଯ୍ୟ ଠପ୍ ହୋଇଯାଇଛି । ଜନସାଧାରଣଙ୍କୁ ମୌଳିକ ଅଧିକାର ଯୋଗାଇଦେବାରେ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ଅଧିକାରୀଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ।

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଘେରାଉ

ଅଭିଯୋଗ ମୁତାବକ, ‘‘ପୌର ନିର୍ବାହୀ ଅଧିକାରୀ କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି । ଏପରିକି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ରାସନ୍ କାର୍ଡରେ ନାମ ସଂଯୋଗ ଆଦି କାର୍ଯ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ସହଯୋଗ କରୁନାହାନ୍ତି । ପୌରାଧ୍ୟକ୍ଷା ସ୍ଵାଧୀନ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ସଭା ଆଦିରେ ଯୋଗ ଦେବାରୁ ବଞ୍ଚିତ କରାଯାଉଛି । ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ପୌରାଧ୍ୟକ୍ଷାଙ୍କ ପ୍ରତି ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ଏ ପରିପ୍ରେକ୍ଷୀରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଗାମୀ 7 ଦିନ ଭିତରେ ପୌରପାଳିକାରୁ ବଦଳି କରାଯିବାକୁ ଦାବି ହୋଇଛି ।’’ ନଚେତ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ସହରର କିଛି ନାଗରିକ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details