ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନରେ ଗୃହ ଆବଣ୍ଟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି । ସୋମବାର ଗ୍ରାମବାସୀ ଏହାର ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
‘ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦିଅ’ - Proper benificiary"
ଦେଶରେ କେହିବି ବାସହୀନ ରହିବେ ନାହିଁ । ଯେଉଁଥିପାଇଁ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ହେଲେ ଯୋଗ୍ୟ ଲୋକଙ୍କ ପରିବର୍ତ୍ତେ ଅଯୋଗ୍ୟଙ୍କୁ ଦିଆଯାଉଛି ଘର । ଭଦ୍ରକରୁ ଆସିଛି ସଙ୍ଗୀନ ଅଭିଯୋଗ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ଜିଓ ଟ୍ୟାଗ ରେ ସାମିଲ କରାଯାଇଥିବା ପ୍ରକୃତ ହିତାଧିକାରୀଙ୍କ ନାମକୁ ବାଦ ଦିଆଯାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । କିଛି ଅସାଧୁ ବ୍ୟକ୍ତି, ସରକାରୀ କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ଏଭଳି ଅନିୟମିତତା କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ବେଆଇନ କାର୍ଯ୍ୟର କ୍ଷେତ୍ରୀୟ ତଦନ୍ତ କରାଯିବା ସହ ପ୍ରକୃତ ହିତାଧିକାରୀଙ୍କୁ ଗୃହ ବଣ୍ଟନ କରିବା ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଏକ ଦାବି ପତ୍ର ଦେଇଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ