ଓଡିଶା

odisha

ETV Bharat / state

କୋରୋନା କାଳରେ ସରକାରୀ ସହାୟତା ପାଇଁ ତିହିଡି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଆଖିଳ ଭାରତ କୃଷକ ସଙ୍ଘ ପକ୍ଷରୁ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ । ତେବେ କୋରୋନା ଭଳି ଏପରି ଦୁର୍ଦ୍ଦିନ ସମୟରେ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ନଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Protests at Tihari Block Office for government assistance
କୋରୋନା କାଳରେ ସରକାରୀ ସହାୟତା ପାଇଁ ତିହିଡି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ

By

Published : Sep 17, 2020, 8:02 AM IST

ଭଦ୍ରକ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅଖିଳ ଭାରତ କୃଷକ ସଙ୍ଘ ପକ୍ଷରୁ ତିହିଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ । କୋରୋନାର କରାଳ ଛାୟାରେ ଲୋକେ ତ୍ରାହି ତ୍ରାହି ଡାକୁଥିବା ବେଳେ ଏଯାଏଁ ସରକାରୀ ସହାୟତା ପହଞ୍ଚି ପାରିଲା ନାହିଁ । ଅନ୍ୟପଟେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଲଗାଣ ବର୍ଷାରେ ଧାନ ତଳି ନଷ୍ଟ ହୋଇଥିବା ବେଳେ ଦୁଇ ସପ୍ତାହ ତଳେ ବନ୍ୟାର ବିଭିଷିକା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏପରି ଦୁର୍ଦ୍ଦିନରେ ବ୍ଲକ ପ୍ରଶାସନ ପକ୍ଷରୁ ରିଲିଫ ପ୍ରଦାନରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି ।

କୋରୋନା କାଳରେ ସରକାରୀ ସହାୟତା ପାଇଁ ତିହିଡି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ

ତିହିଡି ବ୍ଲକର ଜାମଯୋଡି, ରାଜନଗରର ପଞ୍ଚାୟତକୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଥିବା ବେଳେ ବାମନବିନ୍ଧା, ହରସିଂପୁର ଓ ଦୌଲତପୁର ପଞ୍ଚାୟତର କେତେକ ଗାଁଚୁ ରିଲିଫ ପ୍ରଦାନ କରାଯାଇନଥିବା ଅଭିଯୋଗ ହୋଇଛି । କୋରୋନା କବଳରେ ରହିଥିବା ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠା ଦୋକାନୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ୯ ଦଫା ସମ୍ବଳିତ ଦାବି ପତ୍ର ତିହିଡି ବ୍ଲକ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ତେବେ ପ୍ରଶାସନ ପକ୍ଷରୁ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର ଧରିବ ବୋଲି କୃଷକ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details