ଓଡିଶା

odisha

ETV Bharat / state

କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ପ୍ରତିବାଦରେ ଦାବିପତ୍ର - ଭଦ୍ରକରେ ଶିକ୍ଷକଙ୍କ ପ୍ରତିବାଦ

କମ୍ପ୍ୟୁଟର ଶିକ୍ଷା ବନ୍ଦ ଓ ଏହା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଛଟେଇକୁ ପ୍ରତିବାଦ କରି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ....

କମ୍ପୁଟର ଶିକ୍ଷକଙ୍କ ଛଟେଇର ପ୍ରତିବାଦରେ ଦାବିପତ୍ର
କମ୍ପୁଟର ଶିକ୍ଷକଙ୍କ ଛଟେଇର ପ୍ରତିବାଦରେ ଦାବିପତ୍ର

By

Published : Feb 25, 2021, 5:52 PM IST

ଭଦ୍ରକ: ଜିଲ୍ଲାରେ 5 ବର୍ଷ ତଳେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ବନ୍ଦ ଓ ଏହା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଛଟେଇକୁ ପ୍ରତିବାଦ କରି ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଏହାର ପ୍ରତିବାଦ କରି ପୁନଃ ସ୍ଥାୟୀ ନିଯୁକ୍ତି, କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବାଧ୍ୟତାମୂଳକ କରିବା ସହ 5 ଗୋଟି ଦାବି ନେଇ ଏହି କମ୍ପ୍ୟୁଟର ଶିକ୍ଷକମାନେ ବନ୍ତଛକ ଠାରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ସ୍ଥାୟୀ ନିଯୁକ୍ତି ଦାବି ନେଇ ନାରାବାଜି କରିଛନ୍ତି । ପରେ ସେମାନେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭେଟିବା ସହ ଦାବି ପତ୍ର ମଧ୍ୟ ଦେଇଛନ୍ତି ।

କମ୍ପୁଟର ଶିକ୍ଷକଙ୍କ ଛଟେଇର ପ୍ରତିବାଦରେ ଦାବିପତ୍ର

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାରେ 171ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇଥିଲେ ଶିକ୍ଷକ । କମ୍ପ୍ୟୁଟର ଶିକ୍ଷାଦାନ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ଭିତ୍ତିଭୂମିର ବିକାଶ ମଧ୍ୟ ହୋଇଥିଲା । ତେବେ 5 ବର୍ଷ ଧରି ଜିଲ୍ଲାର 171ଟି ବିଦ୍ୟାଳୟରେ 2014 ମସିହା ଠାରୁ ଜାରି ରହିଥିବା ଏହି ବ୍ୟବସ୍ଥାକୁ ହଠାତ ବନ୍ଦ କରିଦେଇଥଲେ ସରକାର । ଫଳରେ ବର୍ତ୍ତମାନ ବହୁମୂଲ୍ୟ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ଗୁଡିକ ଖତ ଖାଇବାରେ ଲାଗିଛି । ଛାତ୍ରଛାତ୍ରୀ ମଧ୍ୟ ଆଉ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାଁନ୍ତି ।

ଅନ୍ୟପକ୍ଷରେ ଯେତେ ଦିନ ପର୍ଯ୍ୟନ୍ତ ନ୍ୟାର୍ଯ୍ୟ ଦାବି ହାସଲ ନ ହୋଇଛି ସେ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କମ୍ପ୍ୟୁଟର ଶିକ୍ଷକଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details