ଓଡିଶା

odisha

ETV Bharat / state

ଗ୍ୟାସ ଏଜେନ୍ସି ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ତାତିଲେ ପରିବାର

ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ କ୍ଷତିପୁରଣ ଦାବି କଲେ ଗ୍ରାମବାସୀ । ସେପଟେ ସମ୍ପୃକ୍ତ କମ୍ପାନୀ ମୃତ ଡ୍ରାଇଭରଙ୍କୁ ନିଜ କର୍ମଚାରୀ ଭାବେ ମନା କରିବା ପରେ ଟାୟାର ଜାଳି ରାସ୍ତାରୋକ କରାଯାଇଥିଲା ।

By

Published : Aug 27, 2019, 9:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ଶ୍ରୀ ଗ୍ୟାସ ଏଜେନ୍ସିର ଗୋଦାମ ଆଗରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତଲୋକେ । ବାସୁଦେବପୁର-ଭଦ୍ରକରେ ରାସ୍ତାରୋକ କରାଯାଇ ଥିବାବେଳେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ପରିବାର ଓ ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

ସୂଚନାଯୋଗ୍ୟ, ଶରତ ମାହାନା ଜଣକ ଏକ ବ୍ୟକ୍ତି ବାସୁଦେବପୁର ଶ୍ରୀ ଗ୍ୟାସ ଏଜେନ୍ସିରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଆଜି ଗ୍ୟାସ ଗୋଦାମ ଘରେ କାମ କରୁଥିବାବେଳେ ହଠାତ ତଳେ ପଡିଯାଇଥିଲେ ଶରତ । ତେବେ ତାଙ୍କୁ ତୁରନ୍ତ ଅନ୍ୟ କର୍ମଚାରୀମାନେ ଉଦ୍ଧାର କରି ବାସୁଦେବପୁର ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ କାର୍ଯ୍ୟରତ ସମୟରେ ଶରତଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାର 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ । କିନ୍ତୁ ଶ୍ରୀ ଗ୍ୟାସ ଏଜେନ୍ସି ତାଙ୍କୁ ନିଜର କର୍ମଚାରୀ ନୁହେଁ ବୋଲି ମାଲିକ ମନା କରିଥିଲେ । ଯାହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ ଗୋଦାମ ଘର ଆଗରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିଲେ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details