ଓଡିଶା

odisha

By

Published : Dec 20, 2019, 9:25 PM IST

ETV Bharat / state

CAA-NRC ବିରୋଧରେ ପ୍ରତିବାଦ ସଭା

CAA-NRCକୁ ବିରୋଧ କରି ଭଦ୍ରକରେ ଯୁବ ମୁସଲିମ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଛି । ମୋଦି ସରକାର ଏହି ବିଲ ଆଣି ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଥିବା ସେମାନେ କହିଛନ୍ତି ।

protest
protest

ଭଦ୍ରକ: CAA-NRCକୁ ବିରୋଧ କରି ପ୍ରତିବାଦ ସଭା । ଯୁବ ମୁସଲିମ ସଙ୍ଗଠନ ପକ୍ଷରୁ ବାଙ୍କା ବଜାର ଠାରୁ ଏକ ରାଲି ବାହାରି ପୁରୁଣାବଜାର, ଚନ୍ଦନ ବଜାର ପରିକ୍ରମା କରି ନଙ୍ଗାମହଲା ସ୍ଥିତ ଟ୍ରେନିଂ ପଡିଆରେ ଏକ ପ୍ରତିବାଦ ସଭା କରିଥିଲେ । ମୁହଁରେ କଳା ପଟି ବାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

CAA ଓ NRC ବିଲକୁ ବିରୋଧ କରି ଭଦ୍ରକରେ ପ୍ରତିବାଦ ସଭା

ଆମ ସମସ୍ତଙ୍କୁ ଆଜାଦି ଦରକାର ବୋଲି ପ୍ରତିବାଦ ସଭାରେ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

ଆମେ ସମସ୍ତେ ଭାରତୀୟ ବୋଲି ଗର୍ବ ଅନୁଭବ କରୁ । କିନ୍ତୁ ମୋଦି ସରକାର ଏହି ବିଲ ଆଣି ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରୁଥିବା ଶୋଭାଯାତ୍ରାକାରୀ ମାନେ କହିଛନ୍ତି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details