ଓଡିଶା

odisha

ETV Bharat / state

5 ଦଫା ଦାବି ନେଇ ଭଦ୍ରକ ଜିଲ୍ଲା କଂଗ୍ରେସର ପ୍ରତିବାଦ - Protest by Congress over five-point demand

ଜିଲ୍ଲାରେ 7ଟି ବ୍ଲକ ଓ 4ଟି ପୌରାଞ୍ଚଳ ଗତ ବନ୍ୟାରେ ଘଟିଥିବା କ୍ଷୟକ୍ଷତି ଓ ଅନ୍ୟ ଦାବି ପୂରଣ ନେଇ କଂଗ୍ରେସ ପକ୍ଷରୁ 16 ନମ୍ବର ଜାତୀୟ ରାଜପଥରେ ବିରୋଧ ପ୍ରଦର୍ଶ କରାଯାଇଛି । ଅଧିକ ପଢନ୍ତୁ...

5 ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ
5 ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ

By

Published : Sep 23, 2020, 2:43 PM IST

ଭଦ୍ରକ: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ 16 ନମ୍ବର ଜାତୀୟ ରାଜପଥ ନୂଆ ବସ ଷ୍ଟାଣ୍ଡ ନିକଟରେ ପ୍ରତିବାଦ। 5 ଦଫା ଦାବି ନେଇ ଜାତୀୟ ରାଜପଥରେ ଏହି ପ୍ରତିବାଦ କରାଯାଇଥିଲା। ଦାବି ମଧ୍ଯରୁ ଜିଲ୍ଲାର 7ଟି ବ୍ଲକ ଓ 4ଟି ପୌରାଞ୍ଚଳ ଗତ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସଠିକ ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା, ଜାତୀୟ ରାଜପଥର ସମ୍ପ୍ରସାରଣ ଚାଲିଥିବା ବେଳେ, ଜନସାଧାରଣଙ୍କ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ ନିୟମାବଳୀ ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ କୌଣସି ସୂଚନା ଫଳକ ନଥିବା ବେଳେ ଆଖୁଆପଦା ଠାରୁ ରାଣୀତାଲ ପର୍ଯ୍ୟନ୍ତ ଗତ 3 ବର୍ଷ ମଧ୍ଯରେ ଦୁର୍ଘଟଣା ଘଟି ପାଖାପାଖି 500 ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି।

ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା, ବହୁ ଚର୍ଚ୍ଚିତ ସଂଗୀତା ମୋଟର କର୍ମଚାରୀଙ୍କୁ ହତ୍ୟା କରିଥିବା ସଂଗୀତା ମୋଟର ମାଲିକକୁ ଗିରଫ କରିବା, ଚାଷୀ ମIରଣ ନୀତିକୁ ବିରୋଧ କରିବା ସହ ଜିଲ୍ଲାରେ କୋଭିଡ ମହାମାରୀ ପରିଚାଳନା ସମ୍ପୂର୍ଣ ବିଫଳ ହୋଇଛି ବୋଲି ପ୍ରତିବାଦ କରିଛି ଦଳ। ତେବେ ଆଗାମୀ ଦିନରେ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରାନଗଲେ, ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ କାନ୍ତ ମହାନ୍ତି।

5 ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ

ଏହି ପ୍ରତିବାଦ ସମୟରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details