ଓଡିଶା

odisha

ETV Bharat / state

ଭଦ୍ରକରେ CAA ଓ NRCକୁ ବିରୋଧ କରି ସତ୍ୟାଗ୍ରହ - Protest against CAA and NRC protest in bhadrak

CAA ଓ NRC ଏକ ସମ୍ବିଧାନ ବିରୋଧୀ ଆଇନ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

protest
ଭଦ୍ରକରେ CAA ଓ NRCକୁ ବିରୋଧ କରି ସତ୍ୟାଗ୍ରହ

By

Published : Jan 28, 2020, 9:11 PM IST

ଭଦ୍ରକ: ଜିଲ୍ଲାରେ CAA ଓ NRCକୁ ବିରୋଧ କରି ଆରମ୍ଭ ହୋଇଛି ଅହୋରାତ୍ର ସତ୍ୟାଗ୍ରହ ଆନ୍ଦୋଳନ। ଭଦ୍ରକ ମୁସଲିମ ଯୁଵକ ସଂଘ ପକ୍ଷରୁ ପୁରୁଣା ବଜାର ଅନ୍ତର୍ଗତ ମଲ୍ଲିକ ମୈଦାନ ଠାରେ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହକୁ ଜିଲ୍ଲାର ଵିଭିନ୍ନ ବର୍ଗ ଓ ସଂଗଠନ ପକ୍ଷରୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

ଭଦ୍ରକରେ CAA ଓ NRCକୁ ବିରୋଧ କରି ସତ୍ୟାଗ୍ରହ

CAA ଓ NRC ଏକ ସମ୍ବିଧାନ ବିରୋଧୀ ଆଇନ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ତେଣୁ ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଏହି ଆନ୍ଦୋଳନ ଚାଲିବ ବୋଲି ଜଣାପଡିଛି।

ଶୀତ କାକରକୁ ଖାତିର ନକରି ସମସ୍ତ କର୍ମକର୍ତ୍ତା ମାନେ ଏହି ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଚଳିତ ଜାନୁଆରୀ 30 ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ସଂଘର କର୍ମକର୍ତ୍ତା ମାନେ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details