ଓଡିଶା

odisha

ETV Bharat / state

ଭଦ୍ରକରେ ପୋଲିସ ଓ ଜନତା ମୁହାଁମୁହିଁ ଘଟଣା: ସ୍ବାଭିମାନ ମଞ୍ଚ ପକ୍ଷରୁ ବିରୋଧ - ଭଦ୍ରକରେ ପୋଲିସ ଓ ଜନତା ମୁହାଁମୁହିଁ ଘଟଣା

ସେପ୍ଟେମ୍ବର 16ରେ ଘଟିଥିବା ଏହି ଘଟଣାରେ ଆଇଆଇସି ପ୍ରଜ୍ଞା ମହାନ୍ତି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲାକୁ ବି ପ୍ରତିବାଦ କରାଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

By

Published : Sep 22, 2019, 8:17 PM IST

ଭଦ୍ରକ: ପୋଲିସ ଓ ଜନତା ମୁହାଁମୁହିଁ ଘଟଣା ନେଇଛି ନୂଆମୋଡ । ନଭେମ୍ବର 16ରେ ଘଟିଥିବା ଏହି ଘଟଣାରେ ଆଇଆଇସି ପ୍ରଜ୍ଞା ମହାନ୍ତି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲାକୁ ବି ପ୍ରତିବାଦ କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭଦ୍ରକ

ଏନେଇ ଏକ ପ୍ରେସ ବିବୃତ୍ତିରେ ମତ ପ୍ରକାଶ କରିଛନ୍ତି ଭଦ୍ରକ ସ୍ବାଭିମାନ ମଞ୍ଚ ସଭାପତି ତାହିର ମହମ୍ମଦ । ଭାଇଚାରାର ସହର ଭଦ୍ରକରେ ଉଭୟ ସମ୍ପ୍ରଦାୟର ଜନସାଧାରଣ ଶାନ୍ତିରେ ବସବାସ କରୁଛନ୍ତି । ହେଲେ ନଭେମ୍ବର 16ରେ ପୁରୁଣା ବଜାର ଅଞ୍ଚଳରେ କିଛି ଅସାମାଜିକ ଓ କୁଚକ୍ରୀ ଗୋଷ୍ଠୀର ଲୋକଙ୍କ ଦ୍ବାରା ଅସ୍ଥିରତା ସୃଷ୍ଟି କରାଯାଇଥିବା ମଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି ।

ତେଣୁ ଏହାର ତର୍ଜମା କରା ନଯାଇ ତରବରିଆ ଭାବେ ପୁରୁଣା ବଜାର ଆଇଆଇସି ଓ 2 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପାଖାପାଖି 300 ଲୋକଙ୍କ ବିରୋଧରେ ହୋଇଥିବା ମାମଲା ନେଇ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । ତରବରିଆ ଭାବେ କୌଣସି ପଦକ୍ଷେପ ନନେଇ, ବିହିତ ତଦନ୍ତ କରାଯାଇ, ଉଚିତ ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଭଦ୍ରକ ସ୍ବାଭିମାନ ମଞ୍ଚ ପକ୍ଷରୁ କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details