ଭଦ୍ରକ: କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା କହିବାରୁ ବିଜେପିର ଅସନ୍ତୋଷ ପ୍ରକାଶ । କେନ୍ଦ୍ର ବିଜେପି ସରକାରଙ୍କର ବହୁମୁଖୀ ଜନ କଲ୍ୟାଣ ଯୋଜନା ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ୟତମ । କେନ୍ଦ୍ରର ଏହି ଯୋଜନାକୁ ଓଡିଶା ସରକାର ରାଜ୍ୟ ଯୋଜନା ବୋଲି ଘୋଷଣା କରିବାରୁ ଭଦ୍ରକ ଜିଲ୍ଲାରେ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଭାରତର କୌଣସି ପ୍ରାନ୍ତରରେ ସାଧାରଣ ମଣିଷ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପକ୍କା ଘରଟିଏ ପାଇବାକୁ ହକଦାର। ଏହିଭଳି ଶତାଧିକ ଯୋଜନା ଆଜି ଭାରତର ପ୍ରଗତି ପଥରେ ଗତିଶୀଳ। ହେଲେ କେନ୍ଦ୍ରର ଏହି ଯୋଜନାକୁ ରାଜ୍ୟ ସରକାର ତାଙ୍କ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନା ବୋଲି ଲେଖି ଲୋକଙ୍କୁ ଠକୁ ଥିବା କହିଛି ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ପ୍ର.ଆ. ଯୋ’ ବୋଲି ଲେଖିଥିବା କହିଛନ୍ତି । ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ବି.ପ.ଯୋ କାହିଁକି ଲେଖୁନାହାନ୍ତି ବୋଲି ଦଳ ପକ୍ଷରୁ ପ୍ରଶ୍ନ ଉଠିଛି ।