ଭଦ୍ରକ: ଧର୍ମରକ୍ଷକ ଶ୍ରୀ ଦାରା ସେନାର ସଭାପତି ମୁକେଶ ଜୈନଙ୍କ ଗିରଫକୁ ବିରୋଧ କରି ସାମ୍ବାଦିକ ସମ୍ମିଳନୀ। କୋଭିଡ କଟକଣା ସମୟରେ ପୁରୀ ରଥଯାତ୍ରା ବନ୍ଦ ଉପରେ ରାୟ ପ୍ରକାଶ କରିଥିଲେ ମାନ୍ୟବର ସୁପ୍ରିମକୋର୍ଟ। ଏହା ପରେ ପୁରୀ ରଥଯାତ୍ରା ବନ୍ଦ ହେବାକୁ ନେଇ ସୁପ୍ରିମ କୋର୍ଟଙ୍କ ରାୟ ପରେ, ବିଚାରପତିଙ୍କ ନାମରେ ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ମୁକେଶ ଜୈନ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଆପତ୍ତିଜନକ ଟିପ୍ପଣୀ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା।
ଏହା ପରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର 2ଟି ଥାନାରେ ମୁକେଶ ଜୈନଙ୍କ ନାମରେ ପୃଥକ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲା ଆଧାରରେ ଭଦ୍ରକ ଓ ବାଲେଶ୍ବରରେ ପୋଲିସ ମୁକେଶ ଜୈନଙ୍କୁ ଦିଲ୍ଲୀରୁ ଗିରଫ କରିଥିଲେ। ଏବେ ମୁକେଶ ଜୈନ ବାଲେଶ୍ବର ଜେଲରେ ରହିଛନ୍ତି। ମୁକେଶ ଜୈନ ଜଣେ ସାଧାରଣ ଓ ଉଚ୍ଚ ଶିକ୍ଷିତ ବ୍ୟକ୍ତି। ତାଙ୍କୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭଦ୍ରକ ଓ ବାଲେଶ୍ୱର ପୋଲିସ ଗିରଫ କରିଛି। ତାଙ୍କୁ ଭଦ୍ରକ ଓ ବାଲେଶ୍ବରରେ ପୋଲିସ ମୁକେଶ ଜୈନଙ୍କୁ ଦିଲ୍ଲୀରୁ ଗିରଫ କରିଥିଲେ। ଏବେ ମୁକେଶ ଜୈନ ବାଲେଶ୍ୱର ଜେଲରେ ରହିଛନ୍ତି।