ଓଡିଶା

odisha

By

Published : Jan 25, 2023, 8:11 AM IST

Updated : Jan 25, 2023, 12:53 PM IST

ETV Bharat / state

ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି, 4.30ରେ ଉଠିବ ମହାଦୀପ

ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ମହାଶିବରାତ୍ରୀ ଉତ୍ସବ ପାଳନ ନେଇ ସମନ୍ବୟ କମିଟି ବୈଠକ । ଅଧିକ ପଢ଼ନ୍ତୁ

shivaratri in akhandalamani temple
ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା

ଆଖଣ୍ଡଳମଣି ପୀଠରେ ଜାଗର ଯାତ୍ରା ନେଇ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ: ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି । ଭଦ୍ରକ ଜିଲ୍ଲାପାଳ ଶିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ମହାଶିବରାତ୍ରୀ ପାଳନ ପାଇଁ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ଦିନ ଭୋର ସାଢେ ଚାରିଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ । ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଆସନ୍ତା ଫେବୃଆରୀ 18 ତାରିଖ ଦିନ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ମହାସମାରୋହରେ ପାଳିତ ହେବ । ଏଥିପାଇଁ ମଙ୍ଗଳବାର ଭଦ୍ରକ ଜିଲ୍ଲାପାଳ ଶିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ କଟକଣା ରହିଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ରହିଥିଲେ । ଚଳିତ ଜାଗର ଯାତ୍ରା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ବୈଠକ ହୋଇଛି । ପାନୀୟଜଳ, ସ୍ୱାସ୍ଥ୍ୟ, ପରିମଳ, ଆଲୋକ ଆଦିର ସୁବ୍ୟବସ୍ଥା ଜାଗର ଯାତ୍ରା ପୂର୍ବରୁ ସମାପନ କରିବାକୁ ଜିିଳ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି ନଦୀ ଘାଟରେ ମଟର ଡଙ୍ଗା ଦ୍ବାରା ପାରି ହୋଇ ଆସୁଥିବା ଯାତ୍ରୀ ଯେପରି ସୁଚାର ରୂପେ ଯାତାୟତ କରିବେ ସେଥିପାଇଁ ଉଭୟ ନଦୀ ଘାଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଓଡ୍ରାଫ ଟିମ୍‌ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିପରି ସ୍ଥଳ ପଥରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଥିଲା । ମନ୍ଦିର ଭିତରେ ଓ ବାହାରେ ଉଚ୍ଚ ପ୍ରଦାଧିକାରୀଙ୍କ ସହ ବହୁ ପୋଲିସ ମୁତୟନ ରହିବେ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ଅନ୍ୟପଟେ ଜାଗରଯାତ୍ରା ଦିନ ବାବା ଆଖଣ୍ଡଳମଣି ଭୋର 4 ଟାରେ ମନ୍ଦିର ଦ୍ବାର ଫିଟିଯିବା ପରେ ସୂର୍ଯ୍ୟପୂଜା ଏବଂ ମଙ୍ଗଳ ଆଳତୀ ସହ ସ୍ବତନ୍ତ୍ର ପୂଜା ନୀତିକାନ୍ତି ଅନୁଷ୍ଠିତ ହେବ । ସନ୍ଧ୍ୟା 6 ଟାରୁ ପ୍ରହର ପୂଜା ଆରମ୍ଭ ହେବା ସହ ରାତ୍ର 1ଟାରେ ସୁନାବେଶ ଏବଂ ଭୋର 4.30ରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ ବୋଲି ଆୟାଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନୁଷ୍ଠିତ ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ର, ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବାୟତଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ତଥା ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Jan 25, 2023, 12:53 PM IST

ABOUT THE AUTHOR

...view details