ଭଦ୍ରକ: ବନ୍ୟା ଘେରରେ ରହି ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜି ପାଖରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ। ଖବର ଅନୁଯାୟୀ, ଧାମନଗର ବ୍ଲକ ବୟାଙ୍ଗଡିହ ପଞ୍ଚାୟତ ଗୋଠିଣା ଗ୍ରାମର ହିମାଂଶୁ ରାଉତଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ବର୍ତ୍ତମାନ ବନ୍ୟା ଘେରରେ ସମ୍ପୂର୍ଣ୍ଣ ଗ୍ରାମଟି ବୁଡି ରହିଛି। ଏପରିକି ଲୋକଙ୍କ ଘରକୁ ପାଣି ପଶିଯିବାରୁ କେହି ଘରୁ ବାହାରି ପାରୁନାହାଁନ୍ତି।
ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ, ବନ୍ୟାଘେରରୁ ଉଦ୍ଧାର ହେଲେ ଗର୍ଭବତୀ - pregnant-woman-rescued
ବନ୍ୟା ଘେରରେ ରହି ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜି ପାଖରେ ପହଞ୍ଚିଥିଲେ ଅଗ୍ନିଶମ ବାହିନୀ।
ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ, ବନ୍ୟାଘେରରୁ ଉଦ୍ଧାର ହେଲେ ଗର୍ଭବତୀ
ଦେବଦୂତ ସାଜିଲା ଅଗ୍ନିଶମ ବାହିନୀ, ବନ୍ୟାଘେରରୁ ଉଦ୍ଧାର ହେଲେ ଗର୍ଭବତୀ
ତେଣୁ ଏହି ଗ୍ରାମଟି ବାହ୍ୟଜଗତରୁ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି। ଜଳ ଘେରାବନ୍ଦୀରେ ଗାଁର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ନେଇ ଖବର ପାଇଥିଲେ ଅଗ୍ନିଶମ ବାହିନୀ। ଏହାପରେ ଅକାତ କାତ ପାଣିରେ ପହଞ୍ଚିଥିଲେ ଏହି ବାହିନୀର ଉଦ୍ଧାରକାରୀ ଦଳ। ମହିଳାଙ୍କୁ ତାଙ୍କ ଘରୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : Aug 30, 2020, 8:02 PM IST