ଓଡିଶା

odisha

ETV Bharat / state

ଗାଁକୁ ନାହିଁ ବାଟ, କବାଟରେ ବୁହାହେଲେ ଗର୍ଭବତୀ - 108 ଅମ୍ବୁଲାନ୍ସ

ଗାଁକୁ ଭଲ ରାସ୍ତା ନଥିବାରୁ ଆସିବାକୁ ମନା କରିଦେଲା ଆମ୍ବୁଲାନ୍ସ । ଫଳରେ କବାଟ ଭାରରରେ ବୁହା ହୋଇ 1 କିଲୋମିଟର ବାଟ ଗଲେ ଗର୍ଭବତୀ ମହିଳା । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Sep 23, 2019, 8:59 PM IST

Updated : Sep 23, 2019, 9:07 PM IST

ଭଦ୍ରକ: ଜନନୀ ସୁରକ୍ଷା ଯୋଜନାର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। କବାଟରେ ବୁହା ହୋଇଛନ୍ତି ଗର୍ଭବତୀ। ଚାନ୍ଦବାଲି ତେନ୍ତୁଲିଡିହ ଅଞ୍ଚଳରେ ଘଟିଛି ଏହି ଘଟଣା। ଗାଁ ରାସ୍ତା ଭଲ ନଥିବାରୁ ପ୍ରାୟ 1 କିଲୋମିଟର ବାଟ ବୁହା ହୋଇ ଗର୍ଭତବତୀଙ୍କୁ ଅଟୋ ଯୋଗେ ଡାକ୍ତରଖାନା ନିଆଯାଇଥିଲା ।

କବାଟ ଭାରରେ ଗର୍ଭବତୀ

ସୂଚନା ଅନୁଯାୟୀ ସୋମବାର କୁହ୍ଲିବିନ୍ଧା ଗ୍ରାମର ତ୍ରିଲୋଚନ ମହାନ୍ତିଙ୍କ ଝିଅର ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରିବାର ଲୋକେ 108 ଅମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ଗାଁ ରାସ୍ତାରେ ଆମ୍ବୁଲାନ୍ସ ଆସିବା ସମ୍ଭବ ନଥିବାରୁ ଆସିବାକୁ ମନା କରିଥିଲା ଆମ୍ବୁଲାନ୍ସ । ପରେ ପରିବାର ଲୋକେ ଏକ କବାଟକୁ ଭାର କରି ପ୍ରସୂତିଙ୍କୁ ବିଲ ରାସ୍ତା ଦେଇ ପାଖାପାଖି 1 କିଲୋମିଟର ପରେ ମୂଖ୍ୟ ରାସ୍ତାକୁ ଆଣିଥିଲେ। ସେଠାରୁ ଏକ ଅଟୋ ଯୋଗେ ଗର୍ଭବତୀ ମହିଳାଙ୍କୁ ଚାନ୍ଦବାଲି ମେଡିକାଲକୁ ନିଆଯାଇଥିଲା। ତେବେ ଗାଁକୁ ରାସ୍ତା ଖଣ୍ଡେ ନଥିବାରୁ ଏହିପରି ଘଟଣା ଘଟିଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 23, 2019, 9:07 PM IST

ABOUT THE AUTHOR

...view details