ଓଡିଶା

odisha

ETV Bharat / state

ମା’ଦପାନାୟକାଣୀ ପୀଠରେ ମକର ମେଳା ଲାଗି ପ୍ରସ୍ତୁତି ବୈଠକ - makar mela in maa dapanayakani pitha

ଭଦ୍ରକ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଭାବେ ଜଣାଶୁଣା ମା’ଦପାନାୟକାଣୀ ପୀଠରେ ମକର ମେଳା ଆୟୋଜନ ଲାଗି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

maa dapanayakani pitha
ମା’ଦପାନାୟକାଣୀ ପୀଠରେ ମକର ମେଳା ପ୍ରସ୍ତୁତି ବୈଠକ

By

Published : Jan 12, 2020, 6:57 AM IST

ଭଦ୍ରକ: ଚଳିତବର୍ଷ ମା’ଦପାନାୟକାଣୀ ପୀଠରେ ଅନୁଷ୍ଠିତ ହେବ ମକର ମେଳା । ଭଦ୍ରକ ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ଭାବେ ଜଣାଶୁଣା ମା’ଦପାନାୟକାଣୀ ପୀଠରେ ମକର ମେଳା ଆୟୋଜନ ଲାଗି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ମେଳା 4 ଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

ଭଦ୍ରକ ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ମା’ଦପାନାୟକାଣୀ ପୀଠକୁ ମକର ମେଳାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେଣୁ ମନ୍ଦିର ପାର୍ଶ୍ବ ଫେରିଘାଟରେ ଯାତ୍ରୀ ପରିବହନ ସମୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଚଳିତବର୍ଷ ପ୍ରଥମଥର, ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସିସିଟିଭି କ୍ୟାମେରା ଲାଗିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ମା’ଦପାନାୟକାଣୀ ପୀଠରେ ମକର ମେଳା ପ୍ରସ୍ତୁତି ବୈଠକ

ଏହି ପ୍ରସ୍ତୁତି ବୈଠକରେ ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ସିଂ, ସ୍ଥାନୀୟ ଲୋକ ପ୍ରତିନିଧି, କମିଟି ସଦସ୍ୟ ଓ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details