ଭଦ୍ରକ:ଭଦ୍ରକ ସହରରେ ଜାରି ରହିଛି ଲକ ଡାଉନ । ଫଳରେ ଗାଡିକୁ ଗୁଡିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, ବାଇକ ଯାଞ୍ଚକୁ ଜୋରଦାର କରିଛି ଭଦ୍ରକ ପୋଲିସ । ଲକ ଡାଉନ କଟକଣା ଭାଙ୍ଗି ବିନା କାରଣରେ ସହରରେ ବାଇକ ଧରି ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ ।
30ରୁ ଉର୍ଦ୍ଧ୍ବ ବାଇକ ଜବତ କଲା ପୋଲିସ - ଭଦ୍ରକ ଲକ ଡାଉନ
ଭଦ୍ରକରେ ଲକ ଡାଉନ କଡାକଡି । ଅମାନିଆ ବାଇକ ଚାଳକଙ୍କୁ ସାବାଡ କରୁଛି ପୋଲିସ । 30ରୁ ଅଧିକ ବାଇକ ଜବତ । ଅଧିକ ପଢନ୍ତୁ...
![30ରୁ ଉର୍ଦ୍ଧ୍ବ ବାଇକ ଜବତ କଲା ପୋଲିସ police seized 30 bikes in bhadrak](https://etvbharatimages.akamaized.net/etvbharat/prod-images/768-512-6752732-thumbnail-3x2-bike-jp.jpg)
30ରୁ ଅଧିକ ବାଇକ ଜବତ କଲା ପୋଲିସ
30ରୁ ଅଧିକ ବାଇକ ଜବତ କଲା ପୋଲିସ
ଉଚ୍ଚ ନ୍ୟାୟାଳୟ କେବଳ ବରିଷ୍ଠ ନାଗରିକ ଏବଂ ଭିନକ୍ଷମଙ୍କୁ ଛାଡି ଅନ୍ୟ ଲୋକଙ୍କ ବାଇକ ଚଳାଚଳ ଉପରେ ରୋକ ଲଗାଇଛନ୍ତି। ସହରର ବିଭିନ୍ନ ଛକରେ ଚଢ଼ାଉ କରି ପୋଲିସ 30 ଉର୍ଦ୍ଧ୍ବ ବାଇକ ଜବତ କରିଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । ଆଗକୁ ଏହି ଯାଞ୍ଚ ଆହୁରି କଡ଼ାକଡ଼ି କରାଯିବ ବୋଲି ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ