ଓଡିଶା

odisha

ETV Bharat / state

ବେଆଇନ ବାଣ କାରଖାନାରେ ପୋଲିସର ଚଢାଉ - police seized illegal cracker in bhadrak

ଭଦ୍ରକ ପୂରୁଣା ବଜାରରେ ବେଆଇନ ଗଚ୍ଛିତ ବାଣ ଓ ବାଣ ତିଆରି ହେଉଥିବା କାରଖାନାରେ ପୋଲିସର ଅଚାନକ ଚଢ଼ାଉ ।

ବେଆଇନ ବାଣ ପ୍ରସ୍ତୁତ କାରଖାନାରେ ପୋଲିସର ଚଢାଉ

By

Published : Oct 26, 2019, 12:00 AM IST

ଭଦ୍ରକ: ବେଆଇନ ଗଚ୍ଛିତ ବାଣ ଓ ବାଣ ତିଆରି କାରଖାନାରେ ପୋଲିସର ଅଚାନକ ଚଢ଼ାଉ । ସୂଚନା ଅନୁଯାୟୀ ଭଦ୍ରକ ପୂରୁଣା ବଜାର ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ମିର୍ଜାପୁର-ହଳଦୀଡିହ ଠାରେ ଚାଲୁଥିବା ବେଆଇନ ବାଣ କାରଖାନା ଉପରେ ଚଢ଼ାଉ କରିଥିଲା।

ବେଆଇନ ବାଣ ପ୍ରସ୍ତୁତ କାରଖାନାରେ ପୋଲିସର ଚଢାଉ

ଏନେଇ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା । ଚଢ଼ାଉ ସମୟରେ ବାଣ ପ୍ରସ୍ତୁତ କରୁଥିବା ବିଭିନ୍ନ ପ୍ରକାରର ରାସାୟନିକ ସାମଗ୍ରୀ, ବାରୁଦ, ସୁତା, କାଗଜ ସହ ବିପୁଳ ପରିମାଣର ବେଆଇନ ଗଛିତ ବାଣକୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details