ଓଡିଶା

odisha

ETV Bharat / state

ଥାନା ଅଧିକାରୀଣିଙ୍କ ଦାଦାଗିରି, ପୋଲିସ- ଜନତା ମୁହାଁମୁହିଁ - ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତି

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପୋଲିସକୁ ସରଳ ସହାନୁଭୂତି ହେବାକୁ ପରାମର୍ଶ ଦେଉଥିବା ବେଳେ ପୋଲିସ କିନ୍ତୁ ଜାରି ରଖିଛି ନିଜ ପୋଲିସଗିରି । ଯାହାର ପରିଣାମ ହେଲା ପୋଲିସ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Sep 17, 2019, 7:50 AM IST

Updated : Sep 17, 2019, 8:04 AM IST

ଭଦ୍ରକ: ପୁଣି ଥରେ ପୋଲିସ-ପବ୍ଲିକ ମୁହାଁମୁହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅନ୍ତର୍ଗତ ପୁରୁଣା ବଜାର ଛକରେ ।

ଘଟଣା ଅନୁସାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତି ଜଣେ କପଡା ବ୍ୟବସାୟୀଙ୍କୁ ର୍ଦୁବ୍ୟବହାର କରିବା ସହ ତାଙ୍କ ସମସ୍ତ କପଡା ଫୋପାଡି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ଲୋକେ ଥାନା ଅଧିକାରୀଣିଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାରୋକ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଖାଲି ଏତିକି ନୁହେଁ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ପଥର ମାଡ ମାରିବା ଆରମ୍ଭ କରିଥିଲେ । ପରସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ପୋଲିସର ଲାଠି ମାଡରେ ଅଲାଲପୁର ଅଞ୍ଚଳର ଶେଖ ରାଜୁ ଆହତ ହୋଇଥିଲେ । ଆହତ ରାଜୁଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଘଟଣାର ଖବର ପାଇ ଭଦ୍ରକ ଗସ୍ତରେ ଥିବା ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଥିଲେ ।

ପରେ ଘଟଣାର ଗୁରୁତ୍ବକୁ ଦେଖି ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତିଙ୍କୁ ତୁରନ୍ତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ପୁରୁଣା ବଜାର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 17, 2019, 8:04 AM IST

ABOUT THE AUTHOR

...view details