ଓଡିଶା

odisha

ETV Bharat / state

ମାସ୍କ ନ ପିନ୍ଧିବାରୁ ଗୋଡେଇ ପିଟିଲେ, ଆକ୍ସନ ହେବାରୁ ଦୁର୍ବ୍ୟବହାର ଦୋଷ ଲଦି ଦେଲେ - bhadrak video viral

ଏଠାରେ ପ୍ରଶ୍ନ ଆସୁଛି, ଯଦି ସମ୍ପୃକ୍ତ ଯୁବକ ଜଣଙ୍କ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିଥିଲେ । ତେବେ ଦୀର୍ଘ 9 ଦିନ ପରେ ପୋଲିସ ମାମଲା କାହାଁକି ରୁଜ୍ଜୁ କରୁଛି । ଘଟଣାର ପ୍ରଘଟ ପରେ ହଠାତ୍‌ ପୋଲିସ କଣ ପାଇଁ ଆକ୍ସନ ମୋଡକୁ ଆସୁଛି । ଏମିତି କରି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉନାହିଁ ତ ?

police-men-beaten-for-not-wearing-a-mask-at-bhadrak-video-viral
ମାସ୍କ ପିନ୍ଧି ନଥିବାରୁ ଗୋଡେଇ ଗୋଡେଇ ପିଟିଲେ, ଆକ୍ସନ ହେବାରୁ ଦୁର୍ବ୍ୟବହାରର ଦୋଷ ଲଦି ଦେଲେ

By

Published : May 26, 2020, 5:12 PM IST

ଭଦ୍ରକ: ପୁଣି ସାମ୍ନାକୁ ଆସିଲା ପୋଲିସର ଦବଙ୍ଗଗିରି । ଭାଇରାଲ ହେଲା ପୋଲିସ ବାହିନୀର ପୁଣି ଏକ ଦାଦାଗିରି ଭିଡିଓ । ଥାନା ଅଧିକାରୀଣୀଙ୍କ ଉପସ୍ଥିତିରେ ବିଚ୍‌ ରାସ୍ତା ଉପରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ମାଡ ମାରୁଛି ପୋଲିସ । ପରେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣଙ୍କ ଦୋଷ ଏତିକି ଯେ, ସେ ମାସ୍କ ପିନ୍ଧି ନ ଥିଲେ ଏବଂ ଜୋରିମାନା ବାବଦକୁ ପୋଲିସକୁ 500 ଟଙ୍କା ନ ଦେବାକୁ ମନା କରି ଦେଇଥିଲେ । ଆଉ ଏହି ରାଗରେ ଆରମ୍ଭ ହୋଇଥିଲା ନିର୍ମମ ପ୍ରହାର । ବିଚ୍‌ ରାସ୍ତା ଉପରେ ନିର୍ଦୟଙ୍କୁ ଗୋଡେଇ ଗୋଡେଇ ମାରି ଚାଲିଥିଲା ବନ୍ତ ପୋଲିସ ।

ମାସ୍କ ନ ପିନ୍ଧିବାରୁ ଗୋଡେଇ ପିଟିଲେ, ଆକ୍ସନ ହେବାରୁ ଦୁର୍ବ୍ୟବହାର ଦୋଷ ଲଦି ଦେଲେ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାଟି ଗତ ମେ 9 ତାରିଖରେ ଘଟିଥିଲା । କିନ୍ତୁ ଗତକାଲି (ସୋମବାର) ବନ୍ତ ଅଞ୍ଚଳର ଜଣେ ଯୁବକ ଏହି ଘଟଣାର ଭିଡିଓ ପୋଲିସ ଡିଜିଙ୍କୁ ଟ୍ବିଟ୍‌ କରିବା ପରେ ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ପଦକ୍ଷପ ଆଳରେ ଆଜି ଭଦ୍ରକ ପୋଲିସ ସେମାନଙ୍କ ଭିତରୁ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛି । ଅନ୍ୟପଟେ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବନ୍ତ ଥାନାରେ ଏକ ମାମଲା ରୁଜୁ କରିଛି ଭଦ୍ରକ ପୋଲିସ ।

ମାସ୍କ ପିନ୍ଧି ନଥିବାରୁ ଗୋଡେଇ ଗୋଡେଇ ପିଟିଲେ, ଆକ୍ସନ ହେବାରୁ ଦୁର୍ବ୍ୟବହାରର ଦୋଷ ଲଦି ଦେଲେ

ତେବେ ଏଠାରେ ପ୍ରଶ୍ନ ଆସୁଛି, ଯଦି ସମ୍ପୃକ୍ତ ଯୁବକ ଜଣଙ୍କ ମହିଳା କନେଷ୍ଟବଳଙ୍କୁ ଦୁର୍ବ୍ୟବହାର କରିଥିଲେ । ତେବେ ଦୀର୍ଘ 9 ଦିନ ପରେ ପୋଲିସ ମାମଲା କାହିଁକି ରୁଜ୍ଜୁ କରୁଛି । ଘଟଣାର ପ୍ରଘଟ ପରେ ହଠାତ୍‌ ପୋଲିସ କଣ ପାଇଁ ଆକ୍ସନ ମୋଡକୁ ଆସୁଛି । ଏମିତି କରି ଘଟଣାକୁ ଚାପି ଦେବାକୁ ଚେଷ୍ଟ କରାଯାଉନାହିଁ ତ ? ତେବେ ପୋଲିସ ପକ୍ଷରୁ ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ମିଳି ପାରୁ ନାହିଁ । ଅନ୍ୟପକ୍ଷରେ ପୀଡିତଙ୍କ ପକ୍ଷରୁ ପୋଲିସ ଭୟରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରୁ ନାହିଁ ।

ସୂଚନାମୁତାବକ, ପୀଡିତ ଯୁବକଙ୍କ ନାମ ରାଜୀବ ସାହୁ ଓ ତାଙ୍କ ଘର ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଅନ୍ତର୍ଗତ ଦୋଳପଦି ଗ୍ରାମ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details