ଭଦ୍ରକ: ସୀମା ବିବାଦ ସହ ଚାନ୍ଦା ଆଦାୟକୁ ନେଇ କିନ୍ନରଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣା । ଉଭୟ ପକ୍ଷରୁ ଏତଲା ଦାଏର କରିବା ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଖବର ଅନୁଯାୟୀ, ଗୋଟିଏ ପକ୍ଷ ଅପହରଣ ଅଭିଯୋଗ ନେଇ ଥାନାରେ ଏତଲା ପରେ ଉଭୟ ପକ୍ଷଙ୍କ ସମର୍ଥକମାନେ ଥାନାରେ ଭିଡ଼ ଜମାଇଥିଲେ । କିନ୍ତୁ ପରେ ହୋଟେଲରେ ଥିବା କିନ୍ନରଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ ହୋଇଥିଲା । ଘଟଣା ପରେ ଭଦ୍ରକ ପୋଲିସ ତରଫରୁ କିନ୍ନରଙ୍କୁ ତଡିବା ପାଇଁ ଖାନତଲାସୀ କରିଥିଲା ପୋଲିସ ।
ଏହି ଘଟଣାରେ ବିଭିନ୍ନ ଜିଲ୍ଲାର କିନ୍ନର ସାମିଲ ଥିବା ସ୍ପଷ୍ଟ କରିଛନ୍ତି ଭଦ୍ରକ ଏସଡ଼ିପିଓ ପ୍ରଭାସ ପାଲ । ଏହି ଘଟଣା ପରେ ଜିଲ୍ଲାରେ କିନ୍ନରଙ୍କ ଖୋଜ ଖବର ମିଳୁନଥିବାବେଳେ 4 ଜଣ କିନ୍ନରଙ୍କୁ ଟାଉନ ପୋଲିସ ଅଟକ ରଖିଛି ପୋଲିସ । ଅନ୍ୟପଟେ ଭଦ୍ରକ ଏସଡ଼ିପିଓ କହିଛନ୍ତି, ଦୁଇ ଗୋଷ୍ଠୀ ସଂଘର୍ଷ ବେଳେ ଜଣକୁ ଛାତରୁ ଠେଲିଥିଲେ, କେତେକଙ୍କ ଚୁଟି କଟାଯାଇଛି ଓ କଇଁଚିରେ ଆକ୍ରମଣ ହୋଇଛି ।