ଭଦ୍ରକ: ଆଇଜି ହିମାଂଶୁ ଲାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭଦ୍ରକରେ ହେବାକୁ ଥିବା ପବିତ୍ର ଶ୍ରୀରାମ ନବମୀ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ଯ୍ୟାୟ ଚୂଡାନ୍ତ ହୋଇସାରିଛି । ଚଳିତ ମାର୍ଚ୍ଚ ମାସ 30 ତାରିଖ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।
ଭଦ୍ରକ ଗୋଶାଳା ଛକରୁ ଏହି ଫ୍ଲାଗ ମାର୍ଚ୍ଚ ବାହାରି ପୁରୁଣା ବଜାର ଅଞ୍ଚଳ ସମେତ ଯେଉଁଯେଉଁ ସ୍ଥାନ ଦେଇ ନଗର ସଂକୀର୍ତ୍ତନ ଯିବ ସେହି ସବୁ ସ୍ଥାନରେ ଫ୍ଲାଗ ମାର୍ଚ୍ଚ ବୁଲିଥିଲା । ଏଥିରେ ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସପି ବରୁଣ ଗୁଣ୍ଠପାଲିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଫିସର ଏବଂ ଫୋର୍ସ ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ । ଆଗମୀ 30 ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନ ପାଇଁ ଏହା ଜିଲ୍ଲା ପୋଲିସର ଚୁଡାନ୍ତ ପ୍ରସ୍ତୁତି ।
ଆଇଜି ହିମାଂଶୁ ଲାଲ, ଭଦ୍ରକ ଏସପି ବରୁଣ ଗୁଣ୍ଟପାଲିଙ୍କ ସମେତ ଆଗମୀ 30 ତାରିଖରେ ହେବାକୁ ଥିବା ନଗର ସଂକୀର୍ତ୍ତନରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଦୁଇଟି ASP ବାଟାଲିୟନ , 12 ଜଣ ଡିଏସପି, 25 ଜଣ ଇନ୍ସପେକ୍ଟର, 100ରୁ ଅଧିକ ଏଏସଆଇ ଏବଂ 35 ପ୍ଲାଟୁନ ପୋଲିସ ଫୋର୍ସ ଭଦ୍ରକରେ ନିୟୋଜିତ ହୋଇଛନ୍ତି । ଏଥିସହ ସହରର ବିଭିନ୍ନ ସ୍ଥାନରେ 76ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯାଇ ନଜର ରଖାଯାଇଛି ।