ଓଡିଶା

odisha

ETV Bharat / state

ମୃତ୍ୟୁର 7ଦିନ ପରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ, ମାଟିତଳୁ ମୃତଦେହ ବାହାର କଲା ପୋଲିସ - ମୃତ୍ୟୁର ସାତଦିନ ପରେ ମାଟିତଳୁ ମୃତଦେହ ଉଦ୍ଧାର

ବାପାଙ୍କ ମୃତ୍ୟୁର ସାତ ଦିନ ପରେ ଥାନାରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ । ଗାତ ଖୋଳି ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଅଧିକ ପଢନ୍ତୁ

ମୃତ୍ୟୁର 7 ଦିନ ପରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ, ମାଟିତଳୁ ମୃତଦେହ ବାହାର କଲା ପୋଲିସ
ମୃତ୍ୟୁର 7 ଦିନ ପରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ, ମାଟିତଳୁ ମୃତଦେହ ବାହାର କଲା ପୋଲିସ

By

Published : May 14, 2022, 10:45 PM IST

ଭଦ୍ରକ: ବାପାଙ୍କ ମୃତ୍ୟୁର ସାତ ଦିନ ପରେ ଥାନାରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ । ପୁଅର ଅଭିଯୋଗ କ୍ରମେ ମାଟିତଳୁ ମୃତଦେହ ଖୋଳି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ । 95 ବର୍ଷୀୟ ବାପାଙ୍କୁ ସାନପୁଅ ଏବଂ ପରିବାର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଛି ବଡପୁଅ ।

ମୃତ୍ୟୁର 7 ଦିନ ପରେ ହତ୍ୟା ଅଭିଯୋଗ ଆଣିଲା ବଡପୁଅ, ମାଟିତଳୁ ମୃତଦେହ ବାହାର କଲା ପୋଲିସ

ଖବର ଅନୁଯାୟୀ ମୃତକ ହେଉଛନ୍ତି ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଗୋପିନାଥପୁର ପଞ୍ଚାୟତ ଅଧିନ ହରିଚନ୍ଦନପୁର ଗ୍ରାମର ପଦନ ସାହୁ । ଚଳିତ ମାସ 7 ତାରିଖରେ ଅଚାନକ ପଦନଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ମେଡ଼ିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ନୀତି ଅନୁସାରେ ସାହିଭାଇ ଏବଂ ସପରିବାର ଅନ୍ତିମ ସତ୍କାର କରିଥିଲେ । ହେଲେ ବାପମାଆ ଠାରୁ ଅଲଗା ରହୁଥିବା ବଡ଼ପୁଅ ଶିବ ସାହୁ ତାଙ୍କ ବାପାଙ୍କୁ ପରିବାର ଲୋକେ ମାରି ଦେଇଥିବାର ଅଭିଯୋଗ କରିଥିଲେ ।

ତଦନ୍ତ କରି ଉପଯୁକ୍ତ ଦଣ୍ଡ ବିଧାନ ସହିତ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ଦାବି କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିବା ପରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ ଜରିଆରେ ମାଟିତଳୁ ମୃତଦେହ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ତେବେ ଘଟଣାକୁ ନେଇ ମୃତକଙ୍କ ପରିବାର ସମେତ ଗ୍ରାମବାସୀ ପୋଲିସ ପ୍ରତି ଅଙ୍ଗୁଠି ନିର୍ଦ୍ଦେଶ କରିଛନ୍ତି । ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ ନକରି ଏପରି କରାଯିବାକୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ ଏବଂ ସମ୍ପର୍କୀୟ । ଅନ୍ୟପଟେ ପୋଲିସ ଅଭିଯୋଗ ମୁତାବକ କେବଳ ଡ୍ୟୁଟି କରୁଛି ବୋଲି କହିଛନ୍ତି ଚାନ୍ଦବାଲି ଏସଡିପିଓ ଦେବୀ ଶଙ୍କର ପ୍ରତାପ ।

ମୃତକଙ୍କ ସାନପୁଅଙ୍କ କହିବା ଅନୁଯାଯୀ, ଅଭିଯୋଗକାରୀ ବଡପୁଅ 30 ବର୍ଷ ହେବ ବାପାମାଆଙ୍କୁ ଖାଇବାକୁ ନଦେବା ସହ ବିଭିନ୍ନ ସମୟରେ ମାରଧର କରୁଥିଲେ । ତାଙ୍କର ଦୁଇ ଜଣ ସ୍ତ୍ରୀ ସମେତ ଛୁଆପିଲାଙ୍କୁ ମାଡମାରି ମଧ୍ୟ ଘରୁ ବାହାର କରିଦେଇଛନ୍ତି । ବାପାଙ୍କର ସ୍ବାଭାବିକ ମୃତ୍ଯୁ ହେବା ପରେ ମଧ୍ୟ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେଇନଥିଲେ । ତେବେ ପୋଲିସ ଏନେଇ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details