ଭଦ୍ରକ: ନିର୍ବାଚନ ପାଇଁ ଟଙ୍କା ବଣ୍ଟା ଅଭିଯୋଗ । ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ପୌରପାଳିକା ଅଧିନ 8 ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଦେବବ୍ରତ ମହାନ୍ତି । ତାଙ୍କ ନିକଟରୁ 25,600 ଟଙ୍କା ପୋଲିସ ଜବତ କରିଥିବାର ସୂଚନା ମିଳିଛି ।
Municipal Polls: ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ, ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଅଟକ - ଭଦ୍ରକରେ ନିର୍ବାଚନ ପାଇଁ ଟଙ୍କା ବଣ୍ଟା
ଭୋଟ ପାଇଁ ଟଙ୍କା ବାଣ୍ଟିବା ଅଭିଯୋଗରେ ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଅଟକ । ଯାଞ୍ଚ ବେଳେ ୨୫ ହଜାରୁ ଅଧିକ ଟଙ୍କା ମିଳିଥିବା ସୂଚନା । ଅଧିକ ପଢନ୍ତୁ
Municipal Polls: ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ, ସ୍ୱାଧୀନ ପାର୍ଥିନୀଙ୍କ ସ୍ୱାମୀ ଅଟକ
Municipal Polls: ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ, ସ୍ୱାଧୀନ ପାର୍ଥିନୀଙ୍କ ସ୍ୱାମୀ ଅଟକ
ସୂଚନାଯୋଗ୍ୟ, ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଦେବବ୍ରତ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ସ୍ଥାନୀୟ ଲୋକେ ଦେବବ୍ରତ ମହାନ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଟାଉନ ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଦେବବ୍ରତଙ୍କ ନିକଟରୁ 25,600 ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ