ଭଦ୍ରକ: ଭଦ୍ରକ ଜିଲ୍ଲାରେ ମାସ୍କ ଚେକିଂ ସମୟରେ ପୋଲିସ ଠାରୁ ମାଡ଼ ଖାଇ ଜଣେ ଯୁବକ ଆହତ ହୋଇଛନ୍ତି । ଏହାକୁ ବିରୋଧ କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ହଲଦିଡିହ ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଉତ୍ତ୍ୟକ୍ତ ସ୍ଥାନୟ ବାସିନ୍ଦା । ସୂଚନାଅନୁସାରେ, ଗତକାଲି ରାତିରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମାସ୍କ ଚେକିଂ କରୁଥିଲା । ସେଠାରେ ପ୍ରତ୍ୟକ ଦିନଦୁଇ ଓଳି ପୁରୁଣାବଜାର ପୋଲିସ ପକ୍ଷରୁ ମାସ୍କ ଓ ହେଲମେଟ ଚେକିଂ କରାଯାଇଥାଏ । ତେବେ ସନ୍ଧ୍ୟା ବେଳେ ପୁରୁଣାବଜାର ପୋଲିସ ଚେକିଂ କରୁଥିବା ବେଳେ ନାଥସାହି ଅଞ୍ଚଳର ଜଣେ ଯୁବକ ଆସୁଥିବା ବେଳେ ପୋଲିସ ଚେକିଂ କରୁଥିବା ଦେଖି ଭୟରେ ଦ୍ରୁତଗତିରେ ଯାଉଥିବା ସମୟରେ ଗାଡ଼ିରୁ ପଡିଯାଇ ଆହତ ହୋଇଥିବା ଜଣାପଡିଛି ।
ମାସ୍କ ଚେକିଂକୁ ନେଇ ଉତ୍ତେଜନା: ଟାୟାର ଜାଳି ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ - ମାସ୍କ ଚେକିଂ ବେଳେ ତାତିଲେ ଲୋକେ
ଭଦ୍ରକ ଜିଲ୍ଲାରେ ମାସ୍କ ଚେକିଂ ସମୟରେ ପୋଲିସ ଠାରୁ ମାଡ଼ ଖାଇ ଜଣେ ଯୁବକ ଆହତ ହୋଇଛନ୍ତି । ଏହାକୁ ବିରୋଧ କରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ହଲଦିଡିହ ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଉତ୍ୟକ୍ତ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ
ଅନ୍ୟପଟେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପୋଲିସ ଠାରୁ ମାଡ ଖାଇ ଯୁବକ ଜଣକ ଆହତ ହୋଇଥିବା ସୂଚନା ରହିଛି । ଏହାକୁ ବିରୋଧ କରି ଭଦ୍ରକ ଚାନ୍ଦବାଲି ରାସ୍ତାର ହଳଦୀଡିହ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ । ପୋଲିସ ମାଡ଼ରେ ଯୁବକ ଜଣଙ୍କ ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକେ ପୋଲିସର ହେଲମେଟ୍ ଓ ମାସ୍କ ଯାଞ୍ଚ ଆଳରେ ଟଙ୍କା ଆଦାୟକରି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାସ୍ତାରୋକ କରିଥିଲେ । ଉତ୍ତେଜନାକୁ ଦେଖି ଭଦ୍ରକ SDPO ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତିରେ ସାମାନ୍ୟ ସୁଦ୍ଧାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ