ଭଦ୍ରକ:ଡକାୟତି ଘଟଣାରେ ସାବରଙ୍ଗ ଥାନା ପୋଲିସକୁ ସଫଳତା । ସନ୍ଧନୀ କୁକୁର ସାହାଯ୍ୟରେ ଡକାୟତଙ୍କୁ ଧରିଲା ପୋଲିସ । ଟଙ୍କା, ସୁନା ଓ ମାରାଣାସ୍ତ୍ର ଜବତ ସହ 6 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତ 13 ତାରିଖରେ ଚଣ୍ଡିଗାଁ ଅଞ୍ଚଳର ଦୁଇ ଜଣଙ୍କ ଘରେ ପଶି ଟଙ୍କା ଓ ସୁନା ଚୋରି କରିଥିଲେ ଗିରଫ ଅଭିଯୁକ୍ତ । ଘଟଣାର 11ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।
ଚଳିତ ଡିସେମ୍ବର ମାସ 13 ତାରିଖ ବିଳମ୍ବିତ ରାତିରେ ସାବରଙ୍ଗ ଥାନା ଅଧୀନ ଚଣ୍ଡିଗାଁ ଅଞ୍ଚଳର କମଳା କାନ୍ତ ନାୟକଙ୍କ ଘରେ ଡକାୟତି ହୋଇଥିଲା। 3 ଜଣ ଅଜଣା ଯୁବକ କମଳାକାନ୍ତଙ୍କ ଘର କବାଟ ଭାଙ୍ଗି ପ୍ରବେଶ କରିବା ପରେ ମାରଣାସ୍ତ୍ରରେ ତାଙ୍କ ବାପା ମାଆଙ୍କୁ ଆକ୍ରମଣ କରି ଆହତ କରିଥିଲେ। ପରେ ଘରେ ଥିବା ଏକ ମୋବାଇଲ ଫୋନ, ସୁନା କାନଫୁଲ ସହ ନଗଦ 8 ହଜାର ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା । ସେହି ଦିନ ରାତିରେ ସମାନ ଗ୍ରାମର ନବଘନ ରାଉତଙ୍କ ଘର କବାଟ ଭାଙ୍ଗି ଭୁଜାଲି ଏବଂ ବନ୍ଧୁକ ଦେଖାଇ ଲୁଟେରା ମାନେ ଆତଙ୍କିତ କରି ତାଙ୍କ ସୁନା ହାର, ମଙ୍ଗଳ ସୂତ୍ର ସହ 10 ହଜାର ଟଙ୍କା ଲୁଟି ନେଇଥିଲେ। ପରେ ଏହି ଡକାୟତି ନେଇ ସାବରଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ଅଭିଯୋଗ ଆଧାରରେ ପୋଲିସ ଏକ ସ୍ଵତନ୍ତ୍ର ସ୍କାର୍ଡ ଗଠନ କରି ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା।