ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲଷ୍ଟିକ ଚାଉଳ ! ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେଣୁ ଏହି ଚାଉଳ ନେଇ ହତାଶ ହେଉଛନ୍ତି ଗରିବ ହିତାଧିକାରୀମାନେ । ପ୍ଲାଷ୍ଟିକ ଚାଉଳକୁ ନେଇ ବର୍ତ୍ତମାନ ଭଦ୍ରକ ଭଣ୍ଡାରୀ ପୋଖରୀ ବ୍ଲକ ଅଧିନସ୍ଥ ନିର୍ଗୁଣ୍ଡି ପଞ୍ଚାୟତରୁ ସଙ୍ଗୀନ ଅଭିଯୋଗ ଆସିଛି ।
ଏହା ମଧ୍ୟ ପଢନ୍ତୁ-ବିଦ୍ୟୁତ ଆବଣ୍ଟନ ସଂସ୍କାର କମିଟି ଦ୍ୱାରା ୬୨୮୩ କୋଟି ଟଙ୍କା ଯୋଜନା ଅଟକଳ ଅନୁମୋଦନ
ସୂଚନା ଅନୁଯାୟୀ, ନିର୍ଗୁଣ୍ଡି ପଞ୍ଚାୟତରେ ସବୁ ମାସ ପରି ଚଳିତମାସରେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପିଡିଏସ ଚାଉଳ ପାଇଥିଲେ ହିତାଧିକାରୀ । କିନ୍ତୁ ଏହି ଚାଉଳରେ ପ୍ଲାଷ୍ଟିକ ରହିଥିବା ନେଇ ଅଭିଯୋଗ ହୋଇଛି । ରୋଷେଇ ସମୟରେ ଚାଉଳରୁ ପ୍ଲାଷ୍ଟିକ ଗନ୍ଧ ବାହାରିବା ସହ ଚାଉଳ ଫୁଟୁ ନ ଥିବା ଅଭିଯୋଗ କରିଥିଲେ ଅନେକ ହିତାଧିକାରୀ । ଅନ୍ୟ ପକ୍ଷରେ ରୋଷେଇ ହେଉଥିବା ହାଣ୍ଡି ଉପରେ ପ୍ଲାଷ୍ଟିକ ଚାଉଳ ଗୁଡିକ ଭାସୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏହାପରେ ପ୍ଲାଷ୍ଟିକ ଚାଉଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଏବଂ ରୋଗ ଇତ୍ୟାଦି ମଧ୍ୟ ସୃଷ୍ଟି ହେଉଛି । ତେଣୁ ଗରିବ ହିତାଧିକାରୀ ପିଡିଏସ ଚାଉଳକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।