ଓଡିଶା

odisha

ETV Bharat / state

ଜଳ ଯୋଗାଣ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ - ଜଳ ଯୋଗାଣ କର୍ମଚାରୀଙ୍କ ଦାବି

ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ କର୍ମଚାରୀ ବିଭିନ୍ନ ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ଅଧିକ ପଢନ୍ତୁ..

ଜଳ ଯୋଗାଣ  କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ
ଜଳ ଯୋଗାଣ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ

By

Published : Oct 7, 2020, 9:45 PM IST

ଭଦ୍ରକ: ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରାୟ 10 ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ପାଇପ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ସରକାରଙ୍କୁ ଏଭଳି ଚେତାବନୀ ସହ ବିଭିନ୍ନ ଦାବି ପୂରଣ ପାଇଁ ଅପିଲ କରିଛନ୍ତି ।

ଜଳ ଯୋଗାଣ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଚେତାବନୀ

ଜଳ ଯୋଗାଣ ବ୍ୟବସ୍ଥାରେ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ପୂର୍ବ ନିଷ୍ପତ୍ତି ପ୍ରକାରରେ 100 ଟଙ୍କା ପ୍ରୋତ୍ସାହନ ଭତ୍ତା ପ୍ରଦାନ, ୱାର୍କଚାର୍ଜ କର୍ମଚାରୀଙ୍କୁ ରେଗୁଲାର କର୍ମଚାରୀର ମାନ୍ୟତା ସହ ସ୍ଥିରୀକୃତ ପେନସନ ପ୍ରଦାନ, ଠିକା ଓ ଏସଇଏମ କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ଇ-ମାଷ୍ଟର ରୋଲ ମାଧ୍ୟମରେ ବେତନ ପ୍ରଦାନ, କୋଭିଡ଼-19 ମହାମାରୀରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, କ୍ୟାଡର ରୁଲ ସଂଶୋଧନ କରାଯାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ପ୍ରଦାନ, ଆଉଟସୋର୍ସିଂ କର୍ମଚାରୀଙ୍କ ସର୍ବନିମ୍ନ ଉଚ୍ଚ କୁଶଳୀ ମଜୁରୀ ସହ ଇପିଏଫ୍ ଓ ଇଏସ୍‌ଆଇ ବ୍ୟବସ୍ଥା ପ୍ରଦାନ, ୱାଟ୍‌କୋ ସଂସ୍ଥାରେ କାର୍ଯ୍ୟ କରାଯାଇ ଜନସ୍ବାସ୍ଥ୍ୟ ବିଭାଗରୁ ବେତନ ପରିବର୍ତ୍ତେ ୱାଟ୍‌କୋ ସଂସ୍ଥାରୁ ବେତନ ପ୍ରଦାନ ଆଦି ଦାବି ପୂରଣ ପାଇଁ ଅନୁରୋଧ ହୋଇଛି ।

ଏସବୁ ଦାବି ସମ୍ପର୍କରେ ଦୀର୍ଘ ବର୍ଷ ଧରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅବଗତ ଥିଲେ ମଧ୍ୟ ଏହାକୁ ପୂରଣ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । କୋଭିଡ଼ ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସଂଘ ଗତ ମାର୍ଚ୍ଚ ମାସ ଠାରୁ ନିରବଚ୍ଛିନ୍ନ ଭାବରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରକୁ ଜଳଯୋଗାଣ କରିବା ସହିତ ବିଭିନ୍ନ ଚିକିତ୍ସାଳୟକୁ ମଧ୍ୟ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପନ୍ନ କରୁଛି । ସରକାର ଜଳ ଯୋଗାଣ ବ୍ୟବସ୍ଥାକୁ ଅତ୍ୟାବଶ୍ୟକ କାର୍ଯ୍ୟ ଭାବେ ବିଚାର କରୁଥିବାବେଳେ ଏହି ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଏହି ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା 10 ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘର ଭଦ୍ରକ ଶାଖା ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଆସନ୍ତା 16 ତାରିଖରେ ରାଜ୍ୟ ସର୍ବୋଚ୍ଚ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ବିଭାଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଏବଂ 20 ତାରିଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଣଧାରଣା ସହ ସ୍ମାରକପତ୍ର ପ୍ରଦାନ କରାଯିବ । ପରେ 23 ତାରିଖରୁ 26 ତାରିଖ ପୂଜା ଛୁଟିରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details