ଓଡିଶା

odisha

ETV Bharat / state

ଥାନା ସାମନାରେ ଦିବ୍ୟାଙ୍ଗଙ୍କ ଅନଶନ

ତିହିଡି ଥାନା ସମ୍ମୁଖରେ ଅନଶନରେ ଦିବ୍ୟାଙ୍ଗ । ତାଙ୍କୁ 15 ଦିନ ପୂର୍ବରୁ ଆକ୍ରମଣ ହୋଇଥିବାବେଳେ ମାମଲା ରୁଜୁ ହୋଇନାହିଁ ।

physical-handicapped-person-protest-infront-of-tihidi-police-station
ଫଟୋ ସୌଜନ୍ୟ: ସମ୍ବାଦଦାତା,ଭଦ୍ରକ

By

Published : Nov 29, 2019, 11:31 PM IST

ଭଦ୍ରକ: ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଦିବ୍ୟାଙ୍ଗଙ୍କ ଅନଶନ । ତାଙ୍କୁ 15 ଦିନ ପୂର୍ବରୁ ଆକ୍ରମଣ ହୋଇଥିବାବେଳେ ମାମଲା ରୁଜୁ ହୋଇ ନଥିବାରୁ ତିହିଡି ଥାନା ସମ୍ମୁଖରେ ଦିବ୍ୟାଙ୍ଗ ଅନଶନରେ ବସିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ରାଜ୍ୟ ସରକାର 'ମୋ ସରକାର' ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅଭିଯୋଗର 15 ଦିନ ପରେ ମଧ୍ୟ ପୋଲିସ ମାମଲା ରୁଜୁ କରୁନାହିଁ ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ତିହିଡି ବ୍ଲକ ବାରୋ ପଞ୍ଚାୟତ ରାଧାନଗର ଗାଁର ଦିବ୍ୟାଙ୍ଗ ଅଜୟ ଦାସ । କୌଣସି କାରଣ ବଶତଃ ସେହି ଗାଁର କିଛି ବ୍ୟକ୍ତି ତାଙ୍କ ସହ ପାଟିତୁଣ୍ଡ କରିବା ସହ ମାଡ ମାରିଥିଲେ । ଏନେଇ ଅଜୟ ଗତ 14 ତାରିଖ ଦିନ ତିହିଡି ଥାନାରେ ଏକ ଏତଲା ଦେଇଥିଲେ । କିନ୍ତୁ ଏନେଇ ବାରମ୍ବାର ଥାନା ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଦିବ୍ୟାଙ୍ଗଙ୍କୁ କୌଣସି ସୁଫଳ ମିଳିନାହିଁ । ଶେଷରେ ଉପାୟ ନପାଇ ବାଧ୍ୟ ହୋଇ ଅଜୟ ଥାନା ସମ୍ମୁଖରେ ଅନଶନରେ ବସିଥିଲେ ।

ସ୍ଥାନୀୟଲୋକେ ହସ୍ତକ୍ଷେପ କରିବା ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details