ଓଡିଶା

odisha

ETV Bharat / state

ବନ୍ଦର କମ୍ପାନୀ ଲୋକଙ୍କୁ ପ୍ରତାରିତ କରୁଥିବା ଅଭିଯୋଗ, 2 ଘଣ୍ଟିଆ ରେଳ ରୋକ - ଭଦ୍ରକ ରେଳରୋକ

ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଆଦାନୀ କମ୍ପାନୀର ରେଳପଥ ମଙ୍ଗଳପୁର ଠାରେ ୨ ଘଣ୍ଟିଆ ରେଳରୋକ କରାଯାଇଥିଲା । ବିଗତ ବର୍ଷ ବର୍ଷ ଧରି ଏହି ବନ୍ଦର କମ୍ପାନୀ ଲୋକଙ୍କୁ ପ୍ରତାରିତ କରି ଆସୁଥିବାର ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କମ୍ପାନୀ ଲୋକଙ୍କୁ ପ୍ରତାରିତ କରୁଥିବା ଅଭିଯୋଗରେ ଦୁଇ ଘଣ୍ଟିଆ ରେଳରୋକ
କମ୍ପାନୀ ଲୋକଙ୍କୁ ପ୍ରତାରିତ କରୁଥିବା ଅଭିଯୋଗରେ ଦୁଇ ଘଣ୍ଟିଆ ରେଳରୋକ

By

Published : Oct 1, 2021, 10:08 PM IST

ଭଦ୍ରକ: ଜିଲ୍ଲାର ଧାମରା ବନ୍ଦର ଆଦାନୀ କମ୍ପାନୀର ରେଳପଥ ମଙ୍ଗଳପୁର ଠାରେ ୨ ଘଣ୍ଟିଆ ରେଳରୋକ କରାଯାଇଥିଲା । ବିଗତ ବର୍ଷ ବର୍ଷ ଧରି ଏହି ବନ୍ଦର କମ୍ପାନୀ ଲୋକଙ୍କୁ ପ୍ରତାରିତ କରି ଆସୁଥିବାର ଅଭିଯୋଗ ହୋଇଛି । ଗ୍ରାମ ରାସ୍ତାକୁ ସଂଯୋଗ କରୁଥିବା ରେଳପଥରେ ଫାଟକ ନିର୍ମାଣ କରିବା ସହିତ ରେଳପଥର ଉଭୟ ପାର୍ଶ୍ବରେ ୧୦୦ ମିଟର ପର୍ଯ୍ୟନ୍ତ ବ୍ୟାରିକଟ ନିର୍ମାଣ କରିବା ଏବଂ ରେଳ ଚଳାଚଳ ସମୟରେ ହର୍ଣ୍ଣ ବଜାଇବା ଦାବି ଜୋର ଧରିଛି ।

କମ୍ପାନୀ ଲୋକଙ୍କୁ ପ୍ରତାରିତ କରୁଥିବା ଅଭିଯୋଗରେ ଦୁଇ ଘଣ୍ଟିଆ ରେଳରୋକ

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୦ ମସିହା ଠାରୁ ଦାବି ହୋଇ ଆସୁଥିଲେ ହେଁ ବନ୍ଦର କମ୍ପାନୀ ଏହାର ପ୍ରତିକାର କରୁନାହିଁ। ଯାହା ଫଳରେ ଶହଶହ ଗୃହପାଳିତ ପଶୁ ମାନଙ୍କର ଅକାରଣରେ ଜୀବନ ଯିବା ସହିତ ବହୁ ପଞ୍ଚାୟତବାସୀ ଭୟାତୁର ଅବସ୍ଥାରେ କାଳାତିପାତ କରୁଛନ୍ତି ।

ନିକଟରେ ଏହି ରାସ୍ତାରେ ରେଳ ଧକ୍କାରେ ଜୀବନ ହାନି ପରେ ପୁଞ୍ଜିଭୁତ ଅସନ୍ତୋଷ ଉଗ୍ରରୂପ ନେବା ସହିତ ନାଲି ପତାକା ଲଗାଇ ତଳମୂଷାଙ୍ଗ ଓ ମଙ୍ଗଳପୁର ଗ୍ରାମବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଥିଲା । ପରେ ଧାମରା ବନ୍ଦର କମ୍ପାନୀର କର୍ମକର୍ତ୍ତାଙ୍କ ସହିତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଖୁବଶୀଘ୍ର ଏକ ମିଳିତ ବୈଠକ ଜରିଆରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରେଳରୋକ ପ୍ରତ୍ୟାହାର ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details