ଭଦ୍ରକ: କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି ଅନ୍ତେବାସୀ । ସୁରଟ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ଅଞ୍ଚଳରୁ ଆସି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମ ପଞ୍ଚାୟତର ସଙ୍ଗରୋଧ ଗୃହରେ ପ୍ରବାସୀମାନେ କ୍ବାରେନଣ୍ଟାଇନରେ ରହିଥିଲେ । ବର୍ତ୍ତମାନ ସୁଦ୍ଧା ଏଠାକୁ 220 ଜଣ ଅନ୍ତେବାସୀ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ତିନୋଟି ପର୍ଯ୍ୟାୟରେ 195 ଜଣ ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ସଙ୍ଗରୋଧ ସାରି ଘରକୁ ଫେରିଛନ୍ତି ।
କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଲେ ଅନ୍ତେବାସୀ - ଗୁଆମାଳ କ୍ବାରେଣ୍ଟାଇନ କେନ୍ଦ୍ର
କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି ଅନ୍ତେବାସୀ । ସୁରଟ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଆଦି ଅଞ୍ଚଳରୁ ଆସି ଭଦ୍ରକ ଜିଲ୍ଲା ଗୁଆମାଳ ଗ୍ରାମ ପଞ୍ଚାୟତର ସଙ୍ଗରୋଧ ଗୃହରେ ପ୍ରବାସୀମାନେ କ୍ବାରେନଣ୍ଟାଇନରେ ରହିଥିଲେ ।
କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଲେ ଅନ୍ତେବାସୀ
ତେବେ ଏହି ରହଣୀ ସମୟରେ ଅନ୍ତେବାସୀମାନଙ୍କର କୌଣସି ଅସୁବିଧା ହୋଇନଥିବା ସେମାନେ ପ୍ରକାଶ କରିଛନ୍ତି । ଖାଇବା, ପିଇବା, ରହିବା ଆଦିରେ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଥିବା ଅନ୍ତେବାସୀମାନେ କହିଛନ୍ତି । ଏବେ ସଙ୍ଗରୋଧ କେନ୍ଦ୍ରରେ 25 ଜଣ ଲୋକେ ରହିଥିବା ସୂଚନା ଦେଇଛନ୍ତି ଗୁଆମାଳ ସରପଞ୍ଚ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ
Last Updated : May 30, 2020, 1:01 PM IST