ଓଡିଶା

odisha

ETV Bharat / state

ନିଷିଦ୍ଧାଞ୍ଚଳରେ ଜମିଲା ଭୋଜିଭାତର ଆସର, ଅନୁମତି କିଏ ଦେଲା ଉଠିଲା ପ୍ରଶ୍ନ - ଭଦ୍ରକ ଖବର

କଇଁଛ ପ୍ରଜନନ ପାଇଁ ଚିହ୍ନଟ ନିଷିଦ୍ଧାଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ । ସେଲଫି ନେଲେ ଭୋଜି କଲେ । ଅଧିକ ପଢ଼ନ୍ତୁ

Restricted Areas Designated for Turtle Breeding
ନିଷିଦ୍ଧାଞ୍ଚଳରେ ଭୋଜିଭାତର ଆସର

By

Published : Jan 12, 2023, 12:45 PM IST

ନିଷିଦ୍ଧାଞ୍ଚଳରେ ଭୋଜିଭାତର ଆସର

ଭଦ୍ରକ: ଉଡା ବାଲିରେ କଇଁଛ ପ୍ରଜନନ ପାଇଁ ଚିହ୍ନଟ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଭୋଜି ଭାତର ଆସର । ଭଦ୍ରକ ଜିଲ୍ଲା ବନବିଭାଗ ଅଧୀନସ୍ଥ ଧାମରା ଉଡାବାଲିରେ କଇଁଛର ଆଶ୍ରୟସ୍ଥଳୀ ଭାବେ ପରିଚିତ । ହେଲେ ପ୍ରତ୍ୟେକ ଦିନ ସେଠାରେ ଶହଶହ ପର୍ଯ୍ୟଟକ ବିଭିନ୍ନ ସ୍ଥାନରୁ ଆସି ଭୋଜି ଭାତ କରିବା ସହ ବିଭିନ୍ନ ପ୍ରକାର ଆସର ଜମାଉ ଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ପର୍ଯ୍ୟଟକଙ୍କର ବିଭିନ୍ନ ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ ନିକଟ ଅତୀତରେ ଶତାଧିକ ପର୍ଯ୍ୟଟକ ମାନଙ୍କର ଗହଳିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ଏହି ଉଡାବାଲି କେନ୍ଦ୍ର ଠାରେ ଦୁର୍ଲଭ ପ୍ରଜାତିର କଇଁଛ ମାନଙ୍କ ଅଣ୍ଡାଦାନ ସମୟରେ ବିଭିନ୍ନ କଟକଣା ରହିଥିଲା । ତଥାପି କିଭଳି ପର୍ଯ୍ୟଟକ ଗଲେ ତାହାକୁ ନେଇ ବନବିଭାଗ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିଛି । ଦାୟିତ୍ବରେ ଥିବା ବନବିଭାଗର ଅଧିକାରୀମାନେ କିଭଳି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ ତାକୁ ନେଇ ଚାଲିଛି ଆଲୋଚନା । ନା ଜାଣିଶୁଣି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ା ଯାଇଛି । ଏସମ୍ପର୍କରେ ଚାନ୍ଦବାଲି ବନବିଭାଗ ରେଞ୍ଜ ଅଫିସର ତ୍ରିଲୋଚନ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ତଦନ୍ତ ଚାଲିଛି ଏବଂ ଏନେଇ ତଦନ୍ତ ରିପୋର୍ଟ ଆସିଲେ ଆଇନ ଅନୁସାରେ ବିହତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏ ସମ୍ପର୍କରେ ଚାନ୍ଦବାଲି ବନବିଭାଗ ରେଞ୍ଜ ଅଫିସର ତ୍ରିଲୋଚନ ପ୍ରଧାନ କହିଛନ୍ତି, ''କଇଁଛ ଅଞ୍ଚଳରୁ ପାଖାପାଖି ୧୫ କିମି ଦୂରରେ ଥିବା ଉଡ଼ାବାଲି ଯାହା କଇଁଛ ପ୍ରଜନନ ଅଞ୍ଚଳରୁ ମାତ୍ର ୨ କିମି ଦୂରରେ ଜମିଥିଲା ପର୍ଯ୍ୟଟକଙ୍କ ଭିଡ଼ । ଗତକାଲି ସକାଳ ୯ଟାରେ ଏକ ଫୋନ କଲ ଆସିଥିଲା ଯେ ଉଡ଼ାବାଲିରେ ଭୋଜି ଚାଲିଛି । ଏହାପରେ ତୁରନ୍ତ ମୁଁ ଫରେଷ୍ଟରଙ୍କୁ ନିର୍ଦ୍ଦେଶ ଦେଲି ଉଡାବାଲିରେ ପହଞ୍ଚିବା ପାଇଁ । ଉଡ଼ାବାଲିରେ ହପଞ୍ଚିବା ପରେ ଦେଖିଥିଲେ ଲୋକେ ଭୋଜି କରିଥିଲେ । ଯାହାକୁ ନେଇ ବାରଣ କରିଥିଲେ ବନବିଭାଗ କର୍ମଚାରୀ । ତେବେ ବନବିଭାଗର କର୍ମଚାରୀଙ୍କ କଥାକୁ ଆଡ଼େଇ ଦେଇଥିଲେ ପର୍ଯ୍ୟଟକ । କହିଥିଲେ ଯେ ଆମେ ଖାଦ୍ୟ ରାନ୍ଧିକି ଆଣିଛୁ ଖାଇ ଦେଇ ପଳାଇବୁ । ବହୁ ବୁଝାସୁଝା ପରେ ଅପରାହ୍ନ ୨ଟାରେ ପର୍ଯ୍ୟଟକମାନେ ପଳାଇଥିଲେ । ତେବେ ସେଠାରେ ରହୁଥିବା କର୍ମଚାରୀ ନଥିବାରୁ ଏଭଳି ଘଟିଛି । ତଥାପି ଏହି ଅଞ୍ଚଳିଟି କଇଁଛ ପ୍ରଜନନ ଠାରୁ ବହୁ ଦୂରରେ ଥିବାରୁ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇନି'' ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details