ଓଡିଶା

odisha

ETV Bharat / state

ସାତ ମାସ ପରେ ବି ବାସହରା ବିସ୍ଥାପିତ

ବିସ୍ଥାପିତଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଘର ଏବଂ ପାଇଖାନା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନଏସି ମୁଖ୍ୟ କିରାଣୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jun 1, 2019, 2:03 AM IST

ଭଦ୍ରକ: ପ୍ରାକୃତିକ ବିପର୍ଯ୍ୟସ୍ତ ନଦୀକୁଳିଆ ଅଧିବାସୀ ବିସ୍ଥାପିତ ହୋଇ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗାଁ ଅନ୍ତର୍ଗତ ଗାନ୍ଧୀନଗର ୱାର୍ଡରେ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି ।
ତେବେ ଏମାନଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଘର ଏବଂ ପାଇଖାନା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ସମସ୍ତ 72 ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ଘରବାଡି ପଟ୍ଟା ପ୍ରଦାନ କରାଯାଇଥିଲା । ଏଥିସହ 15 ନଭେମ୍ବର 2018 ମସିହାରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଏବଂ ପାଇଖାନା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

7 ମାସ ବିତିଯାଇଥିଲେ ବି ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଯୋଗାଇ ଦେଇନଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ଏହାର ପ୍ରତିବାଦରେ ଶୁକ୍ରବାର ସମସ୍ତ ବିସ୍ଥାପିତ ମାନେ ଚାନ୍ଦବାଲି ଏନଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନଏସି ମୁଖ୍ୟ କିରାଣୀ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details