ଓଡିଶା

odisha

ETV Bharat / state

ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ - municipality staff pen quit movement

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ଜଣେ ବ୍ୟକ୍ତି ଦୁର୍ବ୍ୟବହାର କରିବା ସହିତ ମାଡ ମାରିଥିଲେ । ତେବେ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ପୌରପାଳିକା ସଂଘ ପକ୍ଷରୁ କଲମ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ..

ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ
ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

By

Published : Oct 9, 2020, 12:19 PM IST

ଭଦ୍ରକ: ପୌରପାଳିକା ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଗଣ୍ଡଗୋଳ ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ନେଇ ପୌରପାଳିକା କର୍ମଚାରୀ ସଙ୍ଘ ପକ୍ଷରୁ କଲମଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଗଣ୍ଡଗୋଳ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ସୂଚନା ଅନୁସାରେ ପୌରପାଳିକା କାର୍ଯ୍ୟାଳୟ ପରିସରରେ ଶଶିକାନ୍ତ ପରିଡା ନାମକ ଜଣେ ବ୍ୟକ୍ତି କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲାଲା ଦେବାଶିଷ ରାୟଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଜଣେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ଓ ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ପୌର କର୍ମଚାରୀ ସଂଘ କଲମଛାଡ ଆନ୍ଦୋଳନ ଡାକରା ଦେଇଥିବା ଜଣାପଡିଛି ।

ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଘର କର୍ମକର୍ତ୍ତାମାନେ ପୋଲିସକୁ ଚେତାବନୀ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details