ଭଦ୍ରକ: ପୁଣି ସାମ୍ନାକୁ ଆସିଲା ଡାକ୍ତରଙ୍କ ଚରମ ଅବହେଳା । ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ମୃତକ ହେଲେ ଯାଜପୁର ଜିଲ୍ଲା କୋଳଥା ଗାଁର ସ୍ବର୍ଣ୍ଣଲତା ମହାପାତ୍ର । ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାରେ ଅବହେଳା ଯୋଗୁଁ ସ୍ବର୍ଣ୍ଣଲତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ ।
ସୂଚନା ଅନୁଯାୟୀ, ମୃତ ସ୍ବର୍ଣ୍ଣଲତାଙ୍କର ବର୍ଷେ ହେବ ବିବାହ ହୋଇଥିଲା । ସନ୍ତାନ ହେଉନଥିବାରୁ ପରିବାର ଲୋକ ଭଦ୍ରକର ଏକ ଘରୋଇ କ୍ଲିନିକରେ ଚିକିତ୍ସା କରାଉଥିଲେ । ପରେ ତାଙ୍କର ଏକ ସାମାନ୍ୟ ଅସ୍ତ୍ରୋପ୍ରଚାର ପାଇଁ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ହେଲେ ଓଟି ଭିତରେ ଡାକ୍ତର ଅସ୍ତ୍ରୋପ୍ରଚାର କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।