ଭଦ୍ରକ:କଲେଜ ଯିବା ବୟସରେ ଶଯ୍ୟାସାୟୀ ହୋଇପଡିଛନ୍ତି ରାଜଲକ୍ଷ୍ମୀ । ଭଦ୍ରକ ଜିଲ୍ଲା କୁବେରା ପଞ୍ଚାୟତ କୁବେରା ଗ୍ରାମର ସରୋଜ ସାହୁଙ୍କ ଝିଅ ଏବେ ଏପରି ଭାବେ ଦିନ କଟାଉଛନ୍ତି । ଝିଅକୁ ଉଚ୍ଚ ଶିକ୍ଷିତା କରବାର ସ୍ବପ୍ନ ଦେଖିଥିବା ବାପା ମା ଏବେ ଝିଅ ରାଜଲକ୍ଷ୍ମୀକୁ ନେଇ ଚିନ୍ତାରେ ।
ଦେଢ଼ ବର୍ଷ ତଳେ ଝିଅର ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ବାପା ମା କଟକ ବଡ ମେଡିକାଲ ସହିତ ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ଏହା ପରେ ଜାଣିବାକୁ ପାଇଲେ ଝିଅର କିଡନୀ ଜନିତ ସମସ୍ୟା ଅଛି । ଏହାପରେ ଝିଅର ଚିକିତ୍ସା ପାଇଁ ପାଖରେ ଯାହା ଅର୍ଥ ଥିଲା ସେତିକିରେ ଝିଅର ଚିକିତ୍ସା କରିଥିଲେ । ଅର୍ଥ ସରିଯିବାରୁ କିଛି ସ୍ୱେଚ୍ଛାସେବୀ ଓ ଗାଁ ଲୋକଙ୍କ ସାହାଯ୍ୟ ସହଯାଗରେ ଚିକିତ୍ସା କରୁଥିଲେ । ହେଲେ ଏବେ ଝିଅର ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଡାକ୍ତର ଅପରେସନ ପାଇଁ କହିଛନ୍ତି । ଯେଉଁଥି ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି ।