ଓଡିଶା

odisha

ETV Bharat / state

ଅଳାଁନବମୀ ଅବସରରେ ଆରଡି ପୀଠରେ ପଞ୍ଚୁକ ବ୍ରତ ଆରମ୍ଭ - Panchukabrata Niti begins on Alannabami

ଅଳାଁନବମୀ ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ଠାରୁ ସପ୍ତାହ ବ୍ୟାପୀ ଆରମ୍ଭ ହୋଇଛି ଭାଗବତ ପାରାୟଣ ଓ ପଞ୍ଚୁକବ୍ରତ ନୀତି । ଅଧିକ ପଢନ୍ତୁ...

Panchukabrata Niti begins at aradi Peetha on the occasion of Alannabami
ଅଳାଁନବମୀ ଅବସରରେ ଆରଡି ପୀଠରେ ପଞ୍ଚୁକବ୍ରତ ଆରମ୍ଭ

By

Published : Nov 24, 2020, 6:53 PM IST

ଭଦ୍ରକ: ପବିତ୍ର ଅଁଳାନବମୀ ଅବସରରେ ପରମ୍ପରା ଅନୁଯାୟୀ ଭଦ୍ରକ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜିଠାରୁ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଓ ପଞ୍ଚୁକବ୍ରତ ନୀତି ଆରମ୍ଭ ହୋଇଛି । ପ୍ରତିଦିନ ବାବା ଆଖଣ୍ଡଳମଣି ପଞ୍ଚାନନ ବେଶରେ ସଜ୍ଜିତ ହେବା ସହ ଆସନ୍ତା ରାହାସ ପୂର୍ଣ୍ଣିମା ଦିନ ହରଗୌରୀ ବେଶରେ ଶୋଭା ପାଇବେ । ହେଲେ ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ପୀଠରେ 144 ଧାରା ଜାରି କରାଯାଇଛି । ଏଣୁ ଭକ୍ତଶୂନ୍ୟ ହୋଇପଡିଛି ପୀଠ ।

ଅଳାଁନବମୀ ଅବସରରେ ଆରଡି ପୀଠରେ ପଞ୍ଚୁକବ୍ରତ ଆରମ୍ଭ

ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ଅଁଳାନବମୀ ଠାରୁ ରାହାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ହରିହର ମିଳନ ନିମନ୍ତେ ଭାଗବତ ପଠନ କରାଯିବ । ଏଥିପାଇଁ ମନ୍ଦିର ପ୍ରାଙ୍ଗଣରେ ଥିବା ଜଗନ୍ନାଥଙ୍କ ମଣ୍ଡପରେ ବିଧି ବିଧାନ ମୁତାବକ ପୂଜାର୍ଚ୍ଚନା କରାଯାଇ ଗୀତା ପାଠ, ଭାଗବତ ପାଠ କରାଯିବ । ଏହା ବ୍ୟତୀତ ହଭିଷାଳୀ ଭକ୍ତମାନେ ତୁଳସୀ ଚଉଁରାମୂଳେ ମୁରୁଜ ପକାଇ ଘୃତଦୀପ ଜାଳି କାର୍ତ୍ତିକ ମହାତ୍ମ୍ୟ ପଠନ କରାଯିବାର ବିଧି ରହିଛି । ହେଲେ କୋରୋନା କଟକଣା ଯୋଗୁଁ ସବୁ କିଛି ଫିକା ପଡିଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details