ଓଡିଶା

odisha

ETV Bharat / state

Panchayat Election: ସରଗରମ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ - ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ଟକର

ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରେ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଛି । ତେବେ ଏହି ନିର୍ବାଚନ ମଣ୍ଡଳିରେ ନିର୍ବାଚନକୁ ନେଇ ବିଜେଡି ନେତାଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି ଅଧିକ ପଢନ୍ତୁ

ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନର ମାହୋଲ
ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନର ମାହୋଲ

By

Published : Feb 4, 2022, 5:15 PM IST

ଭଦ୍ରକ: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ । ଭଦ୍ରକ ଜିଲ୍ଲାର ଦୁଇଟି ବ୍ଲକକୁ ନେଇ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଗଠିତ । ଏହି ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକରେ 25 ଟି ଏବଂ ଭଣ୍ଡାରିପୋଖରୀ ବ୍ଲକରେ 23 ଟି ପଞ୍ଚାୟତ। ମୋଟ 48 ଟି ପଞ୍ଚାୟତ ମଧ୍ୟରେ ଜିଲ୍ଲାର 6 ଟି ଜିଲ୍ଲାପରିଷଦ ଜୋନ୍ ଅଛି ।

ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ନିର୍ବାଚନର ମାହୋଲ

2012 ମସିହାରେ ଦୁଇଟି ଯାକ ବ୍ଲକ ଶାସକ ବିଜେଡି ଦଳ ଦଖଲ କରିଥିବା ବେଳେ 2017 ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବନ୍ତ ବ୍ଲକକୁ ବିଜେଡି ଏବଂ ଭଣ୍ଡାରିପୋଖରୀ ବ୍ଲକକୁ ବିଜେପି ଓ କଂଗ୍ରେସ ମିଶି ଦଖଲ କରିଥିଲେ। ତେବେ 2012 ଏବଂ 2017 ପଞ୍ଚାୟତ ନିର୍ବାଚନରେ ସମସ୍ତ 6 ଟି ଯାକ ଜିଲ୍ଲାପରିଷଦ ଜୋନକୁ ଶାସକ ବିଜେଡି ଦଖଲ କରିଥିଲା। ଅନ୍ୟ ପକ୍ଷରେ ଏହି ନିର୍ବାଚନ ମଣ୍ଡଳୀରେ 2019 ସାଧାରଣ ନିର୍ବାଚନ ରାଜ୍ଯରେ ବେଶ୍ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଥିଲା।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ଭଦ୍ରକ ଜିଲ୍ଲା ବିଜେପିର ପୂର୍ବତନ ସଭାପତି ବଦ୍ରି ନାରାୟଣ ଧଳଙ୍କ ମଧ୍ୟରେ 2019 ସାଧାରଣ ନିର୍ବାଚନରେ କଡା ମୁକାବିଲା ହୋଇଥିଲା। ଶେଷରେ ଲଗାତର ତୃତୀୟ ଥର ପ୍ରଫୁଲ ସାମଲ ବାଜିମାତ୍ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details