ଓଡିଶା

odisha

ETV Bharat / state

ଧାନ ସଂଗ୍ରହ ବିବାଦ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ - ଧାନ ସଂଗ୍ରହ ବିବାଦ ଭଦ୍ରକ ଖବର

ଖରିଫ ଧାନ ସଂଗ୍ରହ ପାଇଁ ଥିବା ଧାର୍ଯ୍ୟ ତାରିଖ ସରିବ। ହେଲେ ଚିନ୍ତାରେ ଏବେ ଟୋକନ ପାଇ ଧାନ ବିକ୍ରି କରି ପାରିନଥିବା ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲାର ଚାଷୀ । ଅଧିକ ପଢନ୍ତୁ...

paddy-purchase-conflict-in-jajpur
ଧାନ ସଂଗ୍ରହ ବିବାଦ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ

By

Published : Apr 1, 2021, 9:32 AM IST

ଭଦ୍ରକ: ଧାନ ସଂଗ୍ରହ ବିବାଦ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ । ଖରିଫ ଧାନ ସଂଗ୍ରହ ପାଇଁ ଥିବା ଧାର୍ଯ୍ୟ ତାରିଖ ସରିବ। ହେଲେ ଚିନ୍ତାରେ ଏବେ ଟୋକନ ପାଇ ଧାନ ବିକ୍ରି କରି ପାରିନଥିବା ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲାର ଚାଷୀ ।

ଧାନ ସଂଗ୍ରହ ବିବାଦ ନେଇ ଜିଲ୍ଲାପାଳଙ୍କ ସ୍ପଷ୍ଟୀକରଣ

ଭଦ୍ରକ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନର କର୍ମକର୍ତ୍ତାଙ୍କ ସହିତ ଚାଷୀ ମାନେ ଟୋକନ ଧରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଯୋଗାଣ ଅଧିକାରୀଙ୍କୁ ଘେରାଉ କରିଥିଲେ। ଫଳରେ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖା ଦେଇଥିଲା। ଧାନ ବିକିବା ପାଇଁ ପାଇଥିବା ଟୋକନ ଲାପ୍ସ ହୋଇଗଲା। ଏବେ ଧାନ କିଣା ପାଇଁ ଥିବା ସମୟ ମଧ୍ୟ ଶେଷ ହୋଇଯିବ। ତେଣୁ ସେମାନେ କରିବେ କଣ ? କିପରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଉତ୍ପାଦନ କରିଥିବା ଧାନ ବିକ୍ରି କରିବେ ? ଏହି ପ୍ରଶ୍ନ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚାଷୀ ମାନେ ପଚାରିଛନ୍ତି। କିନ୍ତୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ନାରାଜ।

ରାଜ୍ୟ ସରକାର ଭଦ୍ରକ ଜିଲ୍ଲାକୁ ଆଉ ଅଧିକ ଟାର୍ଗେଟ ଦେଇଛନ୍ତି କି ? ମଣ୍ଡି ଏବଂ ଚାଷୀ ଙ୍କ ଘରେ ଥିବା ଧାନ ବିକ୍ରି ପାଇଁ କିଛି ସୂଚନା ଅଛି କି ? ଏହିପରି ଅଚଳାବସ୍ଥାର ସମାଧାନ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଛି କି ? ଏହିସବୁ ପ୍ରଶ୍ନର ସ୍ପଷ୍ଟୀକରଣ ରଖିଛନ୍ତି ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details