ଭଦ୍ରକ: ଦୀର୍ଘ 4 ଶହ ବର୍ଷ ପରେ ବଦଳିବ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିର ଚତୁଃପାର୍ଶ୍ବ ଓ ପୀଠର ରୂପରେଖ। କାର୍ଯ୍ୟକ୍ଷମ ହେବ ମାଷ୍ଟରପ୍ଲାନ। ଏନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ମନ୍ଦିର ବେଢା ପରିସରରୁ ଆଜି(ସୋମବାର) ହଟିବ 15ଟି ଭୋଗ ଦୋକାନ ସମେତ 19ଟି ଦୋକାନ ଗୃହ। ଫଳରେ ଦୀର୍ଘ ବର୍ଷର ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୀଠରେ 3 ଜଣ ମାଜିଷ୍ଟ୍ରେଟଙ୍କ ସହ ଏସଡିପିଓ, ଇନସପେକ୍ଟର ଏବଂ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବଦଳିବ ଆଖଣ୍ଡଳମଣି ମନ୍ଦିରର ରୂପରେଖ - ଭଦ୍ରକ ଖବର
ଦୀର୍ଘ ବର୍ଷ ପରେ ସଫଳ ହେବାକୁ ଯାଉଛି ଭଦ୍ରକ ସହ ରାଜ୍ୟର ପ୍ରସିଦ୍ଧ ଶୈବ ପୀଠର ରୂପରେଖ । ଏଥିପାଇଁ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅଧିକ ପଢନ୍ତୁ...
ବଦଳିବ ଆଖଣଣ୍ଡଳମଣି ମନ୍ଦିରର ରୂପରେଖ
ବଦଳିବ ଆଖଣଣ୍ଡଳମଣି ମନ୍ଦିରର ରୂପରେଖ
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟରେ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ଥିବା ଭିତ୍ତିଭୂମି ବିକାଶ ପାଇଁ 6 କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ପାଖାପାଖି 84 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ଏହି ଭିତ୍ତିଭୂମି ବିକାଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ମହା ଶିବରାତ୍ରୀ ସମେତ ବିଭିନ୍ନ ପର୍ବ ପର୍ବାଣୀରେ ପୀଠକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ନାନାଦି ଅସୁବିଧା ଦୂର ହେବା ସହ ପୀଠର ବିକାଶ ହୋଇପାରିବ ବୋଲି ଆଶା ପ୍ରକାଶ ପାଇଛି। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ