ଭଦ୍ରକ:OSSC ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ ଆସିଛି । ଯାହାକୁ ନେଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ OSSC ଅଧୀନରେ ULB ACCOUTANT EXAMINATION-2023 ପରୀକ୍ଷା ଆରମ୍ଭ ହୋଇଥିଲା । ଯେଉଁଥିରେ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପାଇଥିଲେ ଛାତ୍ରଛାତ୍ରୀ । ଏହାକୁ ନେଇ ଦେଖା ଦେଇଛି ଉତ୍ତେଜନା ।
ତେବେ "ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ କାହିଁକି ପ୍ରଶ୍ନ ପତ୍ର ସିଲ୍ ଖୋଲା ନଯାଇ ଏହା ଅନ୍ୟତ୍ର ଖୋଲାଗଲା ?" ତାହାକୁ ନେଇ ଉଠିଛି ପ୍ରଶ୍ନ । ଖାଲି ସେତିକି ନୁହେଁ । ପରୀକ୍ଷା ସମୟରେ ସେମାନଙ୍କୁ 10ମିନିଟ ବିଳମ୍ବରେ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍ରୁ ବାହାରି ହୋହଲ୍ଲା କରିବା ସହ ପାଟିମୁଣ୍ଡ କରିଥିଲେ। ଯାହାକୁ ନେଇ ଭଦ୍ରକ ସ୍ବୟଂଶାସିତ ମହା ବିଦ୍ୟାଳୟ ପରିସରରେ ପରୀକ୍ଷା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଛାତ୍ରଛାତ୍ରୀଙ୍କୁ ସିଲ୍ ଖୋଲାଯାଇଥିବା ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା । ତାହା ମଧ୍ୟ 10 ମିନିଟ ବିଳମ୍ବରେ ପ୍ରଦାନ କରିଥିଲେ କଲେଜ କର୍ତ୍ତୃପକ୍ଷ । ଯାହାକୁ ନେଇ ଉପୁଜିଥିଲା ବିବାଦ । ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...OSSC Question Paper Leak: ସରକାରଙ୍କୁ ଛାତ୍ରଛାତ୍ରୀ କ୍ଷମା ଦେବେନି କହିଲେ ଶରତ