ଭଦ୍ରକ:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଧୀନରେ ଲାଞ୍ଚ କାରବାର ଏବଂ ବିଜେଡି 5T ଶାସନରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ବିଜେପି ଯୁବାମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ଆହ୍ବାନ କ୍ରମେ ଆଜି ଭଦ୍ରକ ବିଜେପି ଯୁବମୋର୍ଚ୍ଚା ତରଫରୁ ବନ୍ତ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଭଦ୍ରକରେ OSSC ଦୁର୍ନୀତି ତାତି, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଯୁବ ବିଜେପି ମୋର୍ଚ୍ଚା - OSSC corruption
ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଧୀନରେ ହୋଇଥିବା ଦୁର୍ନୀତିର ତାତି ଭଦ୍ରକ ସହରରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ତ ଛକରେ ମୁଖ୍ଯମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟ । ଅଧିକ ପଢନ୍ତୁ...
ଭଦ୍ରକରେ OSSC ଦୁର୍ନୀତି ତାତି, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଯୁବ ବିଜେପି ମୋର୍ଚ୍ଚା ବିଜେପି ପକ୍ଷରୁ ପ୍ରତିବାଦ ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଭଦ୍ରକ ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ବରେ ଓରିଅନ ହୋଟେଲରୁ ଏକ ପଦଯାତ୍ରା ବାହାରି ବନ୍ତ ଛକଠାରେ ପହଞ୍ଚି ପ୍ରତିବାଦ ସହ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି ଯୁବାମୋର୍ଚ୍ଚା କର୍ମୀ । ଏଥିରେ ଦଳର ବହୁ ଯୁବନେତାଙ୍କ ସହ ରାଜ୍ୟସ୍ଥରୀୟ ସଦସ୍ୟ ଓ ସଦସ୍ୟା ମଧ୍ୟ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟଭି ଭାରତ