ଓଡିଶା

odisha

ETV Bharat / state

‘ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଉପରେ ଫୋକସ୍ କରିବି’ - ଭଣ୍ଡାରୀ ପୋଖରି

ଭଣ୍ଡାରୀପୋଖରୀରୁ ବିଜୟୀ ହେଲେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଉପରେ ରହିବ ଫୋକସ୍ । ଏନେଇ ଇଟିଭି ଭାରତକୁ ସାକ୍ଷାତକାର ଦେଇ ଜଣାଇଛନ୍ତି ଭଣ୍ଡାରୀପୋଖରୀ ନିର୍ବାଚନୀ ମଣ୍ଡଳୀର ବିଜେପି ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Apr 25, 2019, 12:21 PM IST

Updated : Apr 25, 2019, 12:38 PM IST

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା । ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଘନ ଘନ ଓଡିଶା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ପ୍ରାର୍ଥୀ ମଧ୍ୟ ଜୋରଦାର ପ୍ରଚାର ଚଳାଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାକୁ ମୁଖ୍ୟ ମୁଦ୍ଦା କରି ଭୋଟ ମାଗୁଛନ୍ତି ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଦିନରାତି ଏକ କରି ଡୋର୍‌ ଟୁ ଡୋର୍‌ ବୁଲି ଭୋଟ ମାଗୁଛନ୍ତି ଉଭୟ ପ୍ରାର୍ଥୀ ଓ କର୍ମୀ । ଏଥର ଭଣ୍ଡାରୀପୋଖରୀ ନିର୍ବାଚନୀ ମଣ୍ଡଳୀରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି । ଭଣ୍ଡାରିପୋଖରୀ ନିର୍ବାଚନୀ ମଣ୍ଡଳୀ ପାଇଁ ଏଥର ବଦ୍ରି ନାରାୟଣ ଧଳଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ଯଦି ଚଳିତ ନିର୍ବାଚନରେ ବଦ୍ରି ଜିତାପଟ ମାରନ୍ତି ତାହାଲେ ଭଣ୍ଡାରୀପୋଖରୀବାସୀଙ୍କ ପାଇଁ କଣ ରହିବ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ? ଏନେଇ ସେ ଇଟିଭି ଭାରତକୁ ସାକ୍ଷାତକାର ଦେଇ ବିସ୍ତୃତ ଆଲୋଚନା କରିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 25, 2019, 12:38 PM IST

ABOUT THE AUTHOR

...view details