ଓଡିଶା

odisha

By

Published : Oct 13, 2020, 8:20 PM IST

ETV Bharat / state

କାର ମଧ୍ୟରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବାଲେଶ୍ବର ଅଭିମୁଖେ ଯାଇଥିବା କାରରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ବାସୁଦେବପୁର ପୋଲିସ । ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

କାର ମଧ୍ୟରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ
କାର ମଧ୍ୟରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ଭଦ୍ରକ: କାର ମଧ୍ୟରୁ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୋଲିସ ଦ୍ବାରା ମଙ୍ଗଳବାର ଏକ କାର ମଧ୍ୟରୁ ପାଖାପାଖି ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ଅନୁଗୁଳ ଜିଲ୍ଲାର ପ୍ରତାପ ବିଶ୍ବାଳ ଓ ଖୋର୍ଦ୍ଧା ଜିଲ୍ଲାର ମୋହନ ପାତ୍ର ।

କାର ମଧ୍ୟରୁ ବିପୁଳ ଗଞ୍ଜେଇ ଜବତ, ଦୁଇ ଗିରଫ

ସୂଚନା ଅନୁଯାୟୀ, ବାସୁଦେବପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଚୋରା ଗଞ୍ଜେଇ ଚାଲାଣ ନେଇ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ବାଲେଶ୍ବର ଅଭିମୁଖେ ଯାଉଥିବା ଏକ କାରକୁ ଅଟକାଇ ଯାଞ୍ଚ କରିଥିଲା । ତନଖି ସମୟରେ କାର ମଧ୍ୟରୁ ପାଖାପଖି ଏକ କୁଇଣ୍ଟାଲ ଗଞ୍ଜେଇ ଭର୍ତ୍ତି ଥିବା 5ଟି ବସ୍ତା ଜବତ କରିଛି ପୋଲିସ । ଏହାସହ କାରରେ ଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତଦନ୍ତ ପ୍ରକ୍ରିୟାରେ ଯେପରି ବାଧା ସୃଷ୍ଟି ନ ହୁଏ, ଏହାକୁ ଦୃଷ୍ଟିରେ ରଖି ଗଞ୍ଜେଇ କେଉଁଠାରୁ ଆସୁଥିଲା ସେନେଇ ପୋଲିସ କିଛି ପ୍ରକାଶ କରିନାହିଁ । ଘଟଣା ସମ୍ପର୍କରେ ଅଧିକ ଅନୁସନ୍ଧାନ ଜାରି ରହିବା ସହ ଏଥିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା ଚଳାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details