ଭଦ୍ରକ:ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଗୁରୁତର । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥରେ ଜଣେ ବ୍ୟକ୍ତିଙ୍କୁ ରେମୁଣା ବିଧାୟକଙ୍କ ଗାଡି ଧକ୍କା ଦେଇଛି । ଫଳରେ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସୂଚନାନୁଯାୟୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଆସୁଥିଲେ । 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ନିକଟରେ ହଠାତ୍ ତାଙ୍କ ଗାଡିର ଚକା ଫାଟିବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ସେହି ଅଞ୍ଚଳର ଜନୈକ ଶିକ୍ଷକଙ୍କ ବାଇକକୁ ଧକ୍କା ଦେଇଥିଲା । ଏହା ପରେ ଡିଭାଇଡ଼ର ଉପରେ ଚଢିଯାଇଥିଲା ।