ଓଡିଶା

odisha

ETV Bharat / state

ଭଦ୍ରକର ବିଭିନ୍ନ ସ୍ଥାନରେ ବଜ୍ରପାତ, ଜଣେ ମୃତ - ବଜ୍ରପାତରେ ଜଣେ ମୃତ

ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

lightning strike in bhadrak
lightning strike in bhadrak

By

Published : Aug 1, 2023, 11:44 AM IST

Updated : Aug 1, 2023, 12:28 PM IST

lightning strike

ଭଦ୍ରକ:ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇ ମେଡିକାଲ ଭର୍ତ୍ତି ହୋଇଛନ୍ତି । ବିଲରେ କାମ କରିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ଜଣକ ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ତଳକାଁପଡା ଗ୍ରାମର ଜେମାମଣି ମଲିକ ବୋଲି ଜଣାପଡିଛି ।

ସୂଚନା ମୁତାବକ, ତଳକାଁପଡା ଗ୍ରାମର ମଧୁସୂଦନ ମଲିକଙ୍କ ସ୍ତ୍ରୀ ଜେମାମଣି ମଳିକ ବିଲରେ କାମ କରୁଥିବା ବେଳେ ହଠାତ ବର୍ଷା ସହ ବିଜୁଳି ମାରିଥିଲା । ଏନେଇ ସେ ବିଲରୁ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ସେହିଠାରେ ହିଁ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତିହିଡି ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଜେମାମଣିଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ- ଚିଲିକା ମଝିରେ ବଜ୍ରାଘାତ, ଅକାଳରେ ଚାଲିଗଲା ବାପ ପୁଅଙ୍କ ଜୀବନ

ସେହିଭଳି ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ଗାଁର କୁଳମଣି ମଲିକ ପୁଅ ସହ ବିଲରୁ ଫେରିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ପୁଅ ଗୁରୁତର ଥିବା ବେଳେ କୁଳମଣି ଆହତ ହୋଇଥିଲେ । ଏନେଇ ଉଭୟଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ କୁଳମଣିଙ୍କ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଅବନ୍ନତି ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପଟେ ସାବରଙ୍ଗ ତୋରଣ ପଦା ଗ୍ରାମରେ ଘରେ ଥିବା ବେଳେ ମଞ୍ଜୁଲତା ନାୟକ ବଜ୍ରାଘାତରେ ଆହତ ହୋଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାନ୍ଦିଆ ଗ୍ରାମରେ ରାଉଳ ସାହି ଗ୍ରାମରେ ସସ୍ମିତା ରାଉଳ ଘରେ ପାଠ ପଢ଼ୁଥିବା ବେଳେ ବିଜୁଳି ମାରିଥିଲା । ତେଣୁ ସମସ୍ତଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ହେଉଛନ୍ତି ।

ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ସନ୍ଧ୍ୟାରେ ବାଲୁଗାଁ ସନ୍ନ୍ୟାସୀ ନଗରର ବାପ ପୁଅ ଚିଲିକାକୁ ମାଛ ମାରିବାକୁ ଯାଇଥିଲେ । ବିଳମ୍ବିତ ରାତି ସମୟରେ ଚିଲିକା ଭିତରେ ବଜ୍ରାଘାତ ହୋଇଥିଲା । ଫଳରେ ଉଭୟ ବାପ ପୁଅଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ବାଲୁଗାଁ ସନ୍ୟାସୀ ନଗରର ବାପା ବିଧାନ ବିଶ୍ବାସ ଓ ପୁଅ ଉତ୍ତମ ବିଶ୍ବାସ ଚିଲିକା ଭିତରେ ଥିବା କଳିଯୁଗେଶ୍ଵର ଓ ରାହାଣବେଲି ମଝିରେ ଡଙ୍ଗାରେ ଥିବାବେଳେ ହଠାତ ବର୍ଷା ପବନ ଆସି ବଜ୍ରାଘାତ ହୋଇଥିଲା ବୋଲି ଜଣାପଡ଼ିଛି । ଗତକାଲି ସକାଳୁ ଚିଲିକା ଭିତରକୁ ଯାଉଥିବା ଅନ୍ୟ ନାଉରୀ ଡଙ୍ଗାଟି ଭାସୁଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେବାପରେ ଘର ଲୋକେ ଜାଣିଥିଲେ ଓ ମୃତଦେହକୁ ଦୀର୍ଘ ସମୟ ପରେ କୂଳକୁ ଆଣିଥିଲେ ।

ଇଟିଭି ଭାରତ,ଭଦ୍ରକ

Last Updated : Aug 1, 2023, 12:28 PM IST

ABOUT THE AUTHOR

...view details