ଓଡିଶା

odisha

ETV Bharat / state

ମରିଗଲା ମାନବିକତା, ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ନେଲେନି ମେଡିକାଲ, ଉଠାଇଲେ ଫଟୋ

ଭଦ୍ରକର ସାହାପୁର ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରାସ୍ତା ଉପରେ ଜୀବନମରଣ ସହ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କୁ କେହି ଡାକ୍ତରଖାନାକୁ ନେଇ ନଥିଲେ । ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

bike-accident-in-bhadrak
ମରିଗଲା ମାନବିକତା, ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

By

Published : Feb 19, 2020, 5:08 PM IST

ଭଦ୍ରକ: ହଜିଗଲା ମାନବିକତା, ଫଳରେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କ ଚାଲିଗଲା ଜୀବନ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି 16 ନମ୍ବର ଜାତୀୟ ରାଜପଥର ସାହାପୁର ଛକ ନିକଟରେ ।

ମରିଗଲା ମାନବିକତା, ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକ ରାସ୍ତା ଉପରେ ଜୀବନମରଣ ସହ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କୁ କେହି ଡାକ୍ତରଖାନାକୁ ନେଇନଥିଲେ । ଦୁର୍ଘଟଣା ସ୍ଥଳରେ ବହୁ ଲୋକ ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ ମଧ୍ୟ କେହି ତାଙ୍କ ନେହୁରା ଶୁଣି ନଥିଲେ । ବହୁ ବିଳମ୍ବରେ ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ବାଇକ ଆରୋହୀ ଜଣକ ଭଦ୍ରକ ଆସୁଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେଇଥିଲା । ବାଇକ ଚାଳକ ପଡିଯିବାରୁ ଟ୍ରକଟି ଅଣ୍ଟା ଉପରେ ଚଢିଯାଇଥିଲା । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details