ଓଡିଶା

odisha

ETV Bharat / state

ଧାମରା ବନ୍ଦରରେ ଅଘଟଣ, ଟେକ୍-ଅଫ ମେସିନରୁ ଖସି ଜଣେ ମୃତ - ଧାମରା ବନ୍ଦର ଅଘଟଣ

ଧାମରା ବନ୍ଦରରେ ଟେକ୍-ଅଫ(take-off) ମେସିନରୁ ଖସି ଜଣଙ୍କର ମୃତ୍ୟୁ । ଅନ୍ୟ ଜଣେ ଗୁରୁତର । ଅଧିକ ପଢନ୍ତୁ

ଧାମରା ବନ୍ଦରରେ ଅଘଟଣ, ଟେକ୍-ଅଫ ମେସିନରୁ ଖସି ଜଣେ ମୃତ
ଧାମରା ବନ୍ଦରରେ ଅଘଟଣ, ଟେକ୍-ଅଫ ମେସିନରୁ ଖସି ଜଣେ ମୃତ

By

Published : Dec 8, 2021, 8:52 AM IST

ଭଦ୍ରକ: ଧାମରା ଅଦାନୀ ବନ୍ଦର (Dhamara port)ରେ ଅଘଟଣ । ଟେକ୍-ଅଫ(take-off) ମେସିନରୁ ଖସି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର । ମଙ୍ଗଳବାର ଦିନ ଘଟିଛି ଏହି ଦୁର୍ଘଟଣା । ମୃତକ ଜଣକ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଦୋସିଙ୍ଗା ଗ୍ରାମର କହ୍ନେଇଲାଲ ମାଇତି ବୋଲି ସୂଚନା ମିଳିଛି । ସେ ବନ୍ଦରରେ କୋଇଲା ଟେକ୍-ଅଫ(take-off) ମେସିନର ରିଗର ଭାବେ କାମ କରୁଥିଲେ ।

ଧାମରା ବନ୍ଦରରେ ଅଘଟଣ, ଟେକ୍-ଅଫ ମେସିନରୁ ଖସି ଜଣେ ମୃତ

ସୂଚନା ଅନୁଯାୟୀ, ଧାମରା ବନ୍ଦରରେ ଟେକ୍-ଅଫ(take-off)ମେସିନରେ କାର୍ଯ୍ୟ କରୁଥିବା ସମୟରେ ଏହି ମେସିନର ରୋପ ସିଲିଂ ବେଲ୍ଟ ଛିଡି ଯାଇଥିଲା । ଫଳରେ 30 ମିଟର ଉଚ୍ଚରେ କାର୍ଯ୍ୟ କରୁଥିବା 2 ଜଣ ଶ୍ରମିକ ଉପରୁ ତଳକୁ ଖସି ପଡିଥିଲେ । ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭଦ୍ରକ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ସଙ୍କଟାପନ୍ନ ଥିବା ବ୍ୟକ୍ତି ଜଣକ ଚନ୍ଦନୀପାଳ ଗ୍ରାମର ନୟନମଣୀ ଦିନ୍ଦା ବୋଲି ସୂଚନା ମିଳିଛି ।

ସେପଟେ ଏହି ଅଘଟଣ ପରେ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଧାମରା ବନ୍ଦର ମଧ୍ୟରେ ନିରାପତା ବିଭାଗ କିପରି ସମସ୍ତ ନିରାପତା ଯାଞ୍ଚ ନ କରି କର୍ମଚାରୀ ତଥା ଶ୍ରମିକମାନଙ୍କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଉଛି ତାହା ତଦନ୍ତ ସାପେକ୍ଷ । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଶ୍ରମିକମାନଙ୍କ ପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details